fbpx

ଗୋଟିଏ ଦିନରେ ଚାଲିଗଲା ୩୪୭ ଜୀବନ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୂର୍ବ ଅପେକ୍ଷା କମିବାରେ ଲାଗିଛି । ୩୦ ହଜାର ତଳକୁ ଯାଇଛି ଦୈନିକ ସଂକ୍ରମଣ । ଦେଶରେ ୨୪ ଘଣ୍ଟାରେ ଆଉ ୨୭ ହଜାର ୪୦୯ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଦିନକରେ ଆଉ ୩୪୭ ଜଣଙ୍କ ଜୀବନ ନେଲା ମହାମାରୀ କୋରୋନା । ଦେଶରେ କୋରୋନା ମୃତ୍ୟୁସଂଖ୍ୟା ୫ ଲକ୍ଷ ୯ ହଜାର ୩୫୮ କୁ ବୃଦ୍ଧି ପାଇଛି ।

ଏଯାଏ ୪ କୋଟି ୧୭ ଲକ୍ଷ ୬୦ ହଜାର ୪୫୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦିନକରେ ୮୨ ହଜାର ୮୧୭ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ କରୋନା ରିକଭରି ରେଟ୍ ୯୭.୮୨ ପ୍ରତିଶତ ରହିଛି । ୪ ଲକ୍ଷ ୨୩ ହଜାର ୧୨୭ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ୧୭୩ କୋଟି ୪୨ ଲକ୍ଷ ରୁ ଅଧିକ ଡୋଜ ଟିକା ଦିଆଗଲାଣି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.