fbpx

କାହିଁକି ଚୁପ୍ ବସିଛି ପୋଲିସ, ଆଗକୁ ହଜାରେ ସୌମ୍ୟଙ୍କ ମୁଣ୍ଡ ଗଡ଼ିଲେ କିଏ ଦେବ ସେମାନଙ୍କୁ ନ୍ୟାୟ?

ନୂଆଦିଲ୍ଲୀ: ଯୁବ ବ୍ୟବସାୟୀ ତଥା ମଡେଲ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁକୁ ନେଇ ଚାରିଆଡ଼ୁ ଉଠୁଛି ବିରୋଧର ସ୍ୱର । ସୋସିଆଲ ମିଡ଼ିଆରେ ଅଧିକାଂଶ ଲୋକ ସୌମ୍ୟଙ୍କ ପ୍ରେମିକା ସୋନାଲି ନନ୍ଦଙ୍କ ବିରୋଧରେ ବିଷୋଦଗାର କରୁଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଦୁଇ ସପ୍ତାହରୁ ଅଧିକ ସମୟ ବିତିଯାଇଥିଲେ ହେଁ କାହିଁକି ଆଜି ପର୍ଯ୍ୟନ୍ତ ସୋନାଲିଙ୍କୁ ପୋଲିସ ଜେରା କରୁନି । ଯଦି ଜଣେ ଝିଅ ଆତ୍ମହତ୍ୟା କରିଥାନ୍ତା, ତେବେ ପୋଲିସ କ’ଣ ଚୁପ୍ ବସିଥାନ୍ତା ବୋଲି ଜନସାଧାରଣ ଖୋଲାଖୋଲି ବୟାନ ଦେଉଛନ୍ତି । କିଏ ଦୋଷୀ, କିଏ ନିର୍ଦ୍ଦୋଷ ସେଇଟା ଅଲଗା କଥା । ମାତ୍ର ଯେହେତୁ ସୌମ୍ୟ ସୁଇସାଇଡ୍ ନୋଟରେ ସୋନାଲିଙ୍କ ନାମ ଉଲ୍ଲେଖ କରିଛନ୍ତି, ତେଣେ ତାଙ୍କୁ ପୋଲିସ ପଚରା ଉଚରା କରିବାରେ ଅସୁବିଧା କେଉଁଠି ବୋଲି ସାଧାରଣରେ ଚର୍ଚ୍ଚା ହେଲାଣି ।

ଆଜିକାଲି ପ୍ରେମଜନିତ ବ୍ୟାପାରକୁ ନେଇ ଅନେକ ଘଟଣାରେ ଉଭୟ ପୁଅ ଓ ଝିଅ ବଳିପଡ଼ୁଥିବା ଦେଖାଯାଉଛି । ତେବେ ଏଭଳି କ୍ଷେତ୍ରରେ ଆଇନ ଝିଅମାନଙ୍କ ସପକ୍ଷରେ ଯାଉଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଆଇନ ସମସ୍ତଙ୍କ ପାଇଁ ସମାନ, ପୁଅ ହେଉ କି ଝିଅ । ହୁଏତ ସୋନାଲିଙ୍କର କୌଣସି ଦୋଷ ଥାଇପାରେ ବା ନଥାଇ ବି ପାରେ । ମାତ୍ର ସୌମ୍ୟଙ୍କ ଆତ୍ମହତ୍ୟା ସହିତ ଜଡ଼ିତ କିଛି ଭାଇରାଲ୍ ଅଡିଓର ସୋନାଲିଙ୍କ ଭଏସ୍ ଦେଖିବାକୁ ମିଳୁଛି । ଏହାର କେତେ ସତ୍ୟତା ଅଛି, ତାହା ତଦନ୍ତ ହେବା ଜରୁରୀ । ତେବେ ସୋନାଲି ଯଦି ନିର୍ଦ୍ଦୋଷ, ସେ ମଧ୍ୟ ମିଡ଼ିଆ ଆଗକୁ ଆସି ନିଜର ପ୍ରତିକ୍ରିୟା ରଖନ୍ତୁ ବୋଲି କିଛି ଜନତା ମତ ଦେଇଛନ୍ତି ।

ପୋଲିସ ଏହି ଘଟଣାରେ ଏପରି ଚୁପ୍ ବସିଛି, ଏମିତି ଲାଗୁଛି ସତେ ଯେମିତି ରାଜ୍ୟରେ ପୋଲିସ ବିଭାଗ ଅଛି ନା ନାହିଁ? କାଲି ହୁଏତ ଆଉ ହଜାରେ ସୌମ୍ୟ ବଳି ପଡ଼ିବେ, ସେତେବେଳେ କ’ଣ ଘଟିବ? ସେମାନଙ୍କର ପରିବାରକୁ ପ୍ରଶାସନ ନ୍ୟାୟ ଦେଇ ପାରିବ ତ? ଏଭଳି ପ୍ରଶ୍ନସବୁ ଜନସାଧାରଣରେ ଆଜି କୁହୁଳିବାରେ ଲାଗିଛି । ତେଣୁ ନିଆଁ ଲାଗିବା ଆଗରୁ ପୋଲିସ ଏହି ଘଟଣାକୁ ଗୁରୁତ୍ୱ ଦେଇ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି ହେଉଛି । ଆଇନର ଧାରା ଅନୁଯାୟୀ ସୋନାଲିଙ୍କୁ ପୋଲିସ ଗିରଫ କରିପାରିବ ବୋଲି ଅନେକ ଆଇନଜୀବୀ ମଧ୍ୟ ମତ ଦେଇ ସାରିଛନ୍ତି । ତେଣୁ ଏହି ଘଟଣା ନେଇ ପୋଲିସ କାହାକୁ ଡରୁଛି ବୋଲି ମଧ୍ୟ ଆଲୋଚନା ହେଲାଣି ।

Get real time updates directly on you device, subscribe now.