ଜୟପୁର: ରାଜସ୍ଥାନର ଜୟପୁରରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି । ଏକ ଫର୍ଚୁନର୍ କାର୍ ଖୁବ୍ ଜୋରରେ ଏକ ଗଛରେ ପିଟିହେବା ଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏଥିରେ ୪ଜଣ ପୋଲିସ୍ ଓ ଜଣେ ଅଭିଯୁକ୍ତ ରହିଥିଲେ । ଏହି କାର୍ ଦିଲ୍ଲୀରୁ ଗୁଜୁରାଟ ଅଭିମୁଖେ ଆସୁଥିଲା । ଆଜି ଭୋରରୁ ଏହି ଅଘଟଣ ଘଟିଛି । ଘଟଣାରେ ମୃତ୍ୟୁବରଣ କରିଥିବା ସମସ୍ତ ପୋଲିସ୍ ଅଫିସର୍ ଗୁଜୁରାଟର ହୋଇଥିବା ଜଣାପଡ଼ିଛି । ଘଟଣା ଜଣାପଡ଼ିବା ପରେ ହଇଚଇ ସୃଷ୍ଟି ହୋଇଛି ।
Five people including four policemen died when a vehicle of Gujarat Police carrying an accused from Delhi to Gujarat met with an accident in Bhabroo area of Jaipur, tweets Rajasthan CM Ashok Gehlot pic.twitter.com/YSxvqBQPi8
— ANI (@ANI) February 15, 2022
ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶୋକ ପ୍ରକାଶ କରିଛନ୍ତି । ସେ ଟୁଇଟ୍ କରି କହିଛନ୍ତି ଯେ, “ଦିଲ୍ଲୀରୁ ଗୁଜୁରାଟ ପୋଲିସ୍ ଜଣେ ଅଭିଯୁକ୍ତକୁ ନେଇ ଯାଉଥିବା ସମୟରେ ଜୟପୁରର ଭାବଋ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହେବ ଫଳରେ ୪ ଜଣ ପୋଲିସ୍ କର୍ମୀ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଘଟଣା ଅତ୍ୟନ୍ତ ଦୁଃଖଦାୟକ” ।
दिल्ली से गुजरात अभियुक्त लेकर जा रही गुजरात पुलिस का वाहन जयपुर के भाबरू क्षेत्र में दुर्घटनाग्रस्त होने से 4 पुलिसकर्मियों सहित 5 लोगों की मृत्यु की जानकारी दुखद है। शोकाकुल परिजनों के प्रति मेरी गहरी संवेदनाएं, ईश्वर उन्हें सम्बल दें एवं दिवंगतों की आत्मा को शांति प्रदान करें।
— Ashok Gehlot (@ashokgehlot51) February 15, 2022