fbpx

Google Pay ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର, ଏଣିକି ଘରେ ବସି ପାଇପାରିବେ ୧ ଲକ୍ଷର ଲୋନ୍

ନୂଆଦିଲ୍ଲୀ: ଯଦି ଆପଣ ଲୋନ୍ ପାଇବାକୁ ଚାହୁଁଥାନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଆସିଛି । ନିକଟରେ ‘ଗୁଗଲ ପେ’ ଆପ୍ ଏଭଳି ଏକ ଯୋଜନାର ଶୁଭାରମ୍ଭ କରିଛି, ଯାହାଦ୍ୱାରା କି ଆପଣମାନେ ୧ ଲକ୍ଷ ପର୍ଯ୍ୟନ୍ତ ଲୋନ୍ ପାଇପାରିବେ । ଯଦି ପୂର୍ବରୁ ଆପଣ ଏହି ଆପ୍ ବ୍ୟବହାର କରୁଥିବେ ଓ ଆପଣଙ୍କର ଭଲ ନେଣଦେଣ ରହିଥିବ, ତେବେ ଆପଣଙ୍କୁ ୧ ମିନିଟରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ସହଜରେ ମିଳିପାରିବ । ଗୁଗଲ ପେ ପ୍ଲାଟଫର୍ମରେ ଡିଏମଆଇ ଫାଇନାନ୍ସ ଲିମିଟେଡ୍ ତରଫରୁ ଡିଜିଟାଲ ପର୍ସଲୋନ୍ ଲୋନ୍ ଲଞ୍ଚ କରାଯାଇଛି ।

ଯଦି ଆପଣ ଗୁଗଲ ପେ ବ୍ୟବହାର କରୁଥିବେ, ତେବେ ଆପଣ ଏହାର ଫାଇଦା ଉଠାଇ ପାରିବେ । ଏହି ପ୍ଲାଟଫର୍ମ ମାଧ୍ୟମରେ ଡିଏମଆଇ ଫାଇନାନ୍ସ ଆପଣଙ୍କୁ ତତକ୍ଷଣାତ୍ ଲୋନ୍ ପ୍ରଦାନ କରିବ । ତେବେ ଏହି ଆପ୍ ବ୍ୟବହାର କରୁଥିବା ସମସ୍ତ ଗ୍ରାହକଙ୍କୁ ଲୋନ୍ ମିଳିବ ନାହିଁ । ଆପଣଙ୍କର ଫାଇନାନ୍ସିଆଲ ହିଷ୍ଟ୍ରିକୁ ତର୍ଜମା କରିବା ପରେ ଲୋନ୍ ପ୍ରଦାନ କରାଯିବ ବୋଲି ଡିଏମଆଇ ଫାଇନାନ୍ସର ଏମଡି ତଥା ପ୍ରତିଷ୍ଠାତା ଶିଭାଶିଷ ଚାଟର୍ଜୀ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.