fbpx

ଆଜି ପ୍ରଥମ ଟି-ଟ୍ୱେଣ୍ଟି: ଇଡେନ ଗାର୍ଡେନରେ ମୁହାଁମୁହିଁ ହେବ ୱେଷ୍ଟଇଣ୍ଡିଜ- ଭାରତ, ନୂଆ ରଣନୀତ ମଇଦାନକୁ ଓହ୍ଲାଇବ ରୋହିତ ବାହିନୀ

କୋଲକାତା: ଆଜି କୋଲକାତାର ଇଡେନ ଗାର୍ଡେନରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ଦିନିକିଆ ସିରିଜରେ କ୍ଲିନ ସ୍ୱିପ କରିବା ପରେ ଟି-୨୦ ସିରିଜ ଉପରେ ରୋହିତ ସେନାର ନଜର ରହିଛି । ଅନ୍ୟପଟେ ଏହି ଫର୍ମାଟରେ ୱେଷ୍ଟଇଣ୍ଡିଜ ଶକ୍ତିଶାଳୀ ଦଳ ରହିଛି । ତେଣୁ ଭାରତ ବିରୋଧରେ ଜୋରଦାର ଲଢ଼େଇ କରିବା ଲକ୍ଷ୍ୟରେ ନୂଆ ରଣନୀତି ସହ ମଇଦାନକୁ ଓହ୍ଲାଇବ।

ଟି-ଟ୍ୱେଣ୍ଟି ସିରିଜ ଆରମ୍ଭ ହେବା ପୂର୍ବରୁ ଉଭୟ ଦଳ ଖେଳାଳିଙ୍କ ନିକଟରେ ଛୋଟ ଛୋଟ ସମସ୍ୟା ରହିଛି । ଲୋକେଶ ରାହୁଲ ଆହତ ହୋଇ ଦଳରୁ ବାଦ ପଡ଼ିଛନ୍ତି । ଫଳରେ ପ୍ରଥମ ଟି-୨୦ ରୋହିତଙ୍କ ସହ ଜଣେ ଯୁବ ଓପନରଙ୍କୁ ସୁଯୋଗ ଦେଇପାରନ୍ତି। ଦଳରେ ଇଶାନ କିଷନ ଓ ଋତୁରାଜ ଗାଏକୱାଡ୍‌ ଓପନର ଭାବେ ରହିଛନ୍ତି । ପୂର୍ବ ପ୍ରଦର୍ଶନକୁ ଦେଖିଲେ  କିଷନଙ୍କୁ ସୁଯୋଗ ମିଳିବା ସମ୍ଭାବନା ରହିଛି।

ଅନ୍ୟପଟେ  ୱେଷ୍ଟଇଣ୍ଡିଜ୍‌ ଦଳରେ ଆହତ ସମସ୍ୟା ଲାଗି ରହିଛି । ଅଧିନାୟକ କିରେନ ପୋଲାର୍ଡ ଏପର୍ଯ୍ୟନ୍ତ ଫିଟ୍‌ ଘୋଷିତ ହୋଇ ନାହାନ୍ତି ।  ପୋଲାର୍ଡ ପ୍ରଥମ ଦିନିକିଆ ମ୍ୟାଚରେ ଆହତ ହୋଇଥିଲେ । ଫଳରେ ପରବର୍ତ୍ତୀ ୨ଟି ମ୍ୟାଚ୍‌ରେ ନିକୋଲାସ୍‌ ପୂରନ୍‌ ନେତୃତ୍ୱ ଖେଳିଥିଲା ୱେଷ୍ଟଇଣ୍ଡିଜ୍‌  । ପୋଲାର୍ଡଙ୍କ ଅନୁପସ୍ଥିତି ଦଳକୁ ପ୍ରଭାବିତ କରିବା ନିଶ୍ଚିତ । ଇଣ୍ଡିଜ୍‌ ଦଳରେ ଏକାଧିକ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଓ ଅଲ୍‌ରାଉଣ୍ଡର ରହିଥିବାରୁ ସନ୍ତୁଳନ ବଜାୟ ରହିଛି । କେବଳ ଅଭିଜ୍ଞତାର ଅଭାବ ଯାହା ମ୍ୟାଚକୁ ଫରକ ପକାଇପାରେ।

 

Get real time updates directly on you device, subscribe now.