fbpx

ଆଜିଠୁ ଟି-୨୦ ସିରିଜ: ୱେଷ୍ଟଇଣ୍ଡିଜକୁ ଧରାଶାୟୀ କରିବା ପାଇଁ ହତିଆର ହେବ ଭାରତର ପେସ ଆଟାକ

ନୂଆଦିଲ୍ଲୀ: ଦିନିକିଆ ପରେ ଏବେ ଟି-ଟ୍ୱେଣ୍ଟି ସିରିଜ ହାତେଇବା ଲକ୍ଷ୍ୟରେ ମେନ ଇନ ବ୍ଲୁ । ଆଜିଠାରୁ କୋଲକାତାର ଇଡେନ ଗାର୍ଡେନ୍ସରେ ଆରମ୍ଭ ହେଉଛି ଭାରତ-ୱେଷ୍ଟଇଣ୍ଡିଜ ଟି-ଟ୍ୱେଣ୍ଟି ସିରିଜ । ତିନିଟିିକିଆ ସିରିଜର ପ୍ରଥମ ମ୍ୟାଚ ପୂର୍ବରୁ ଏକ ଭିଡିଓ ଜାରି କରିଛି ବିସିସିଆଇ । ଯାହା ଏବେ ସୋଶଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଭାରତର ଦୁଇ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଏବଂ ମହମ୍ମଦ ସିିରାଜ ଏହି ଭିଡିଓରେ ବୋଲିଙ୍ଗ ପ୍ରାକ୍ଟିସ କରୁଥିବାର ନଜର ଆସିଛନ୍ତି ।

ଭାରତର ଏହି ଦୁଇ ପ୍ରମୁଖ ବୋଲର ୟର୍କର ପ୍ରାକ୍ଟିସ କରୁଥିବାର ଦେଖାଯାଇଛି । କେବେ ସିଧା ୱିକେଟକୁ ତ କେବେ ବ୍ୟାଟ୍ସମ୍ୟାନର ଜୋତାକୁ ଟାର୍ଗେଟ କରି ବୋଲିଙ୍ଗ କରୁଛନ୍ତି । ତେବେ ଏହାର ଏବ ଭିଡିଓ ଟ୍ୱିଟର ପେଜରେ ପୋଷ୍ଟ କରିଛନ୍ତି ବିସିସିଆଇର ଜଣେ ଅଧିକାରୀ । ଏହି ଭିଡିଓକୁ ଖୁବ ପସନ୍ଦ ମଧ୍ୟ କରାଯାଇଛି । ଏଥି ସହିତ ଭିଡିଓର କ୍ୟାପ୍ସନରେ ଲେଖାଯାଇଛି ଯେ, “ବୁଲ୍ସ ଆୟ, ଭୁବି. ଶାର୍ପ ସିରାଜ.’ । ଇଡେନ ଗାର୍ଡେନ୍ସରେ ବୋଲିଙ୍ଗ କୋଚ ପାରସ ମହାମ୍ବ୍ରେଙ୍କ ତତ୍ତ୍ୱାବଧାନରେ ଉଭୟ ବୋଲର ପ୍ରାକ୍ଟିସ କରୁଥିବା ଏହି ଭିଡିଓରେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.