fbpx

ମାସକୁ କିଲେ ଗୁଆଘିଅ ଆଉ ମାଗଣା ରାସନ: କ୍ଷମତାକୁ ଆସିଲେ ୫ ବର୍ଷ ପାଇଁ ମିଳିବ ଏହି ସବୁ ସୁବିଧା, ଅଖିଳେଶ ଯାଦବଙ୍କ ବଡ ଘୋଷଣା

ନୂଆଦିଲ୍ଳୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡିକ ପକ୍ଷରୁ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦିଆଯାଉଥିବାବେଳେ ସମାଜବାଦୀ ପାର୍ଟି ପକ୍ଷରୁ ମାଗଣା ରାସନ ସାମଗ୍ରୀ ଯୋଗାଇ ଦେବାକୁ ଘୋଷଣା କରାଯାଇଛି। ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ଯେ ଦଳ କ୍ଷମତାକୁ ଆସିଲେ ପ୍ରତି ଗରିବ ପରିବାରକୁ ମାସିକ ଏକ କିଲୋ ଘିଅ ସହିତ ମାଗଣାରେ ରାସନ ସାମଗ୍ରୀ ଯୋଗାଇ ଦିଆଯିବ। ଦଳ କ୍ଷମତାରେ ଥିବା ପର୍ୟ୍ୟନ୍ତ ଅର୍ଥାତ୍ ଆଗାମୀ ୫ବର୍ଷ ପାଇଁ ଏହି ରେସନ ମାଗଣାରେ ଯୋଗାଇ ଦିଆଯିବ।

ରାୟବରେଲିରେ ନିର୍ବାଚନ ଶୋଭାଯାତ୍ରାକୁ ସମ୍ବୋଧନ କରି ଅଖିଳେଶ କହିଛନ୍ତି ଯେ ମାଗଣା ରାସନ ସହିତ ବର୍ଷକୁ ୨ଟି ଲେଖାଏଁ ରନ୍ଧନ ଗ୍ୟାସ ସିଲିଣ୍ଡର ମାଗଣାରେ ଦିଆଯିବ। ଅନ୍ୟପଟେ ଔରିୟାରେ ନିର୍ବାଚନ ରାଲିକୁ ସମ୍ବୋଧନ କରି ବିଜେପି ନେତା ଅମିତ ଶାହା କହିଛନ୍ତି ଯେ ମାର୍ଚ୍ଚ ୧୦ରେ ଉତ୍ତରପ୍ରଦେଶ ବିଧାନସଭା ଭୋଟ ଗଣତି ହେବ। ବିଜେପି ଯଦି ପୁନର୍ବାର କ୍ଷମତାକୁ ଆସିବ ତେବେ ମାର୍ଚ୍ଚ ୧୮ ତାରିଖ ସୁଦ୍ଧା ଲୋକଙ୍କ ଘରେ ମାଗଣା ଗ୍ୟାସ ସିଲିଣ୍ଡର ପହଞ୍ଚିଯିବ। ଏହା ସହିତ ଆଗାମୀ ୫ବର୍ଷ ଯାଏଁ କୃଷକଙ୍କୁ ବିଜୁଳି ବିଲ୍ ଦେବାକୁ ପଡିବ ନାହିଁ। ସମାଜବାଦୀ ପାର୍ଟିକୁ ସମାଲୋଚନା କରି ଶାହା କହିଛନ୍ତି ଯେ ଏହି ଦଳ କ୍ଷମତାକୁ ଆସିଲେ ଉତ୍ତରପ୍ରଦେଶରେ ଅପରାଧୀମାନେ ମୁକ୍ତରେ ଘୂରିବୁଲିବେ। ରାଜ୍ୟରେ ଗୁଳି, ବନ୍ଧୁକର ରାଜ ଚାଲିବ। ଫେବୃଆରୀ ୨୦ରେ ଉତ୍ତରପ୍ରଦେଶରେ ତୃତୀୟ ପର୍ୟ୍ୟାୟ ନିର୍ବାଚନ ଲାଗି ମତଦାନ ହେବ।

Get real time updates directly on you device, subscribe now.