ଯାଜପୁରରେ ବ୍ଲକରେ ବୁଥ୍ କ୍ୟାପଚରିଂ: ଭୋଟ ବାକ୍ସ ଜବତ କଲା ପୋଲିସ୍

ଯାଜପୁର ବ୍ଲକରେ ବୁଥ୍ କ୍ୟାପଚରିଂ । ରୁଦ୍ରପୁର ପଞ୍ଚାୟତ ୫ ନମ୍ବର ୱାର୍ଡରେ ବୁଥ୍ କ୍ୟାପଚରିଂ । ଜନୈକ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକଙ୍କ ଦ୍ୱାରା ବୁଥ୍ ଦଖଲ । ବୁଥରେ ପଶି ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକମାନଙ୍କ ଦାଦାଗିରି । ନିଜେ ନିଜେ ବାଲାଟ ଚିରି, ମୋହର ମାରି ବାକ୍ସରେ ଭର୍ତ୍ତି କଲେ । ପ୍ରତିବାଦ କରିବାରୁ ପ୍ରତିପକ୍ଷଙ୍କୁ ମାଡ଼ ମାରିଥିବା ଅଭିଯୋଗ । ପରେ ପୋଲିସ ପହଞ୍ଚି ଭୋଟ ବାକ୍ସ ଧରି ଚାଲିଆସିଥିବା ସୂଚନା ।

ଢେଙ୍କାନାଳରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଘଟଣା । ପ୍ରିଜାଇଡିଂ ଅଫିସରଙ୍କୁ ପିଟି ଭୋଟ୍ ବାକ୍ସ ଛଡ଼ାଇନିଆଯାଇଛି । ବୁଥ୍ କ୍ୟାପଚର କରି ମାଡ଼ ମାରି ମୁଣ୍ଡ ଫଟାଇ ବାକ୍ସ ଛଡ଼ାଇ ନେଲେ ଦୁର୍ବୃତ୍ତ । ଦୁର୍ବୃତ୍ତଙ୍କ ମାଡ଼ରେ ପ୍ରିଜାଇଡିଂ ଅଫିସର ପୂର୍ଣ୍ଣଚନ୍ଦ୍ର ରାଉଳଙ୍କ ମୁଣ୍ଡ ଫାଟିଲା । ଗୁରୁତର ଅବସ୍ଥାରେ ପ୍ରିଜାଇଡିଂ ଅଫିସର ଗଁଦିଆ ମେଡିକାଲରେ ଭର୍ତ୍ତି ।