fbpx

ରବିଦାସ ଜୟନ୍ତୀ ଅବସରରେ ଶବଦ କୀର୍ତ୍ତନରେ ଭାଗ ନେଲେ ମୋଦି: ଶ୍ରଦ୍ଧାଳୁଙ୍କ ସହ ମିଶି ବଜାଇଲେ ମଞ୍ଜୀରା

ନୂଆଦିଲ୍ଲୀ: ଦେଶରେ ଆଜି ପାଳନ ହେଉଛି ରବିଦାସ ଜୟନ୍ତୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋଲ ବାଗ ସ୍ଥିତ ଶ୍ରୀ ଗୁରୁ ରବିଦାସ ବିଶ୍ରାମ ଧାମ ପହଞ୍ଚିଥିଲେ । ମୋଦି ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ।  ରବିଦାସ ମନ୍ଦିରରେ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଳୁଙ୍କ ସହ ଭଜନ ସମାରୋହରେ ଭାଗ ନେଇଥିଲେ । ସେଠାରେ ମୋଦି ମଞ୍ଜୀରା ମଧ୍ୟ ବଜାଇଥିଲେ । ମୋଦି ଏହାର ଏକ ଭିଡିଓ ଟ୍ୱିଟରରେ ଶେୟାର କରିଛନ୍ତି , ଏବଂ ଏହାକୁ ଖାସ୍ ମୁହୂର୍ତ୍ତ ବୋଲି ମଧ୍ୟ କହିଛନ୍ତି ।

ଏହା ପୂର୍ବରୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ସନ୍ଥ ରବିଦାସ ଜାତିବାଦ ଏବଂ ଛୁଆଁଅଛୁଆଁ ଭେଦଭାବକୁ ଶେଷ କରିବାକୁ ଚାହୁଥିଲେ । ସେ ଆହୁରି କହିଥିଲେ ଯେ ଆମ ସରକାର ସବୁବେଳେ ସବୁ ଯୋଜନାରେ ଗୁରୁ ରବିଦାସଙ୍କ ଭାବନକୁ ନେଇ କାମ କରିଛି ।

ପଞ୍ଜାବରେ ନିର୍ବାଚନକୁ ଦୃଷ୍ଟିରେ ରଖି ସବୁ ରାଜନେତା ଦଳିତ ସମୁଦାୟଙ୍କୁ ଆକର୍ଷିତ କରିବା ପାଇଁ ଭିନ୍ନ ଭିନ୍ନ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରୁଛନ୍ତି । ସୂଚନାଯୋଗ୍ୟ, ପଞ୍ଜାବରେ ଫେବୃଆରୀ ୧୪ ରେ ନିର୍ବାଚନ ହେବାକୁ ଥିଲା ମାତ୍ର ରବିଦାସ ଜୟନ୍ତୀଙ୍କୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଏହାକୁ ୨୦ ଫେବୃଆରୀକୁ ଘୁଞ୍ଚାଇଥିଲେ । ଅନ୍ୟାନ୍ୟ ଦଳମାନେ ମଧ୍ୟ ଏଥିପାଇଁ ଦାବି କରିଥିଲେ ।

ପ୍ରକୃତରେ ପଞ୍ଜାବରେ ସନ୍ଥ ରବିଦାସଙ୍କ ଅନେକ ଅନୁଗାମୀ ଅଛନ୍ତି । ଏବଂ ୧୬ ଫେବୃଆରୀରେ ରବିଦାସ ଜୟନ୍ତୀ ଅବସରରେ ପଞ୍ଜାବରୁ ବଡ଼ ସଂଖ୍ୟାରେ ଲୋକମାନେ ବାରଣାସୀ ଯାଇଥାନ୍ତି । ଲମ୍ବା ଯାତ୍ରା ଯୋଗୁୁଁ ଲୋକମାନେ ପୂର୍ବରୁ ହିଁ ବାହରିଯାନ୍ତି । ଏମିତିରେ ଭୋଟର ଭୋଟ ଦେଇପାରିନଥାନ୍ତେ । ବନାରସର ସୀରଗୋବର୍ଦ୍ଧନ ଗ୍ରାମରେ ସନ୍ଥ ରବିଦାସଙ୍କ ଜନ୍ମ ହୋଇଥିଲା । ପ୍ରତିବର୍ଷ ରବିଦାସ ଜୟନ୍ତୀରେ ସମାରୋହ ହୋଇଥାଏ । ଏଥିରେ ସାମିଲ ହେବା ପାଇଁ ପଞ୍ଜାବରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି ।

Get real time updates directly on you device, subscribe now.