fbpx

ପ୍ରଥମ ଟି-୨୦: ସହଜ ବିଜୟ ସହିତ ୧-୦ରେ ଆଗୁଆ ଭାରତ

ନୂଆଦିଲ୍ଲୀ: ଭାରତ ଏବମଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚକୁ ଜିତି ନେଇଛି ଭାରତ । ୧୫୮ ରନ ଲକ୍ଷ୍ୟର ପିଛା କରୁଥିବା ଭାରତ ୪ ୱିକେଟ ହରାଇ ୮ ବଲ ପୂର୍ବରୁ ଜିତି ନେଇଥିଲା । ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୪୦ ରନ କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ୱେଷ୍ଟଇଣ୍ଡିଜ ୧୫୭ ରନ କରିଥିଲା । ନିକୋଲାସ ପୁରନ ସର୍ବାଧିକ ୬୧ ରନ କରିଥିବା ବେଳେ କାଇଲ ମେୟର୍ସ ୩୧ ରନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଧିନାୟକ କିରନ ପୋଲାର୍ଡ ୧୯ ବଲରୁ ୨୪ ରନ କରିଥିଲେ । ଭାରତ ପକ୍ଷରୁ ପଦାର୍ପଣକାରୀ ରବି ବିଷ୍ଣୋଇ ଚମକ୍ରାର ବୋଲିଂ କରି ୧୭ ରନରେ ୨ଟି ୱିକେଟ ନେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ହର୍ଷଲ ପଟେଲ ୨ଟି ଏବଂ ଚହର, ଚହଲ ଓ ଭୁବନେଶ୍ୱର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

୧୫୮ ରନ ଲକ୍ଷ୍ୟ ନେଇ ବ୍ୟାଟିଂ କରୁଥିବା ଭାରତକୁ ରୋହିତ ଶର୍ମା ଓ ଇଶାନ କିଶନ ଏକ ବଢିଆ ଆରମ୍ଭ ଦେଇଥିଲେ । ରୋହିତ ୧୯ ବଲରୁ ୪ଟି ଚୌକା ଓ ୩ଟି ଛକା ସହିତ ୪୦ ରନ କରିଥିଲେ । ଇଶାନ ଆଙ୍କର ଭୂମିକା ନିଭାଇବା ସହିତ ୩୫ ରନ କରିଥିଲେ । ୧୧୪ ରନରେ ଦଳ ୪ଟି ୱିକେଟ ହରାଇଥିବା ବେଳେ ସୂର୍ଯ୍ୟକୁମାର ଯାଦବ(୩୪) ଓ ଭେଙ୍କଟେଶ ଆୟାର(୨୪) ଦଳକୁ ଫିନିଶ ଲାଇନ ପାର କରାଇଥିଲେ । ରଷ୍ଟନ ଚେଜ ସର୍ବାଧିକ ୨ଟି ୱିକେଟ ନେଇଥିବା ବେଳେ ଫାବିଏନ ଆଲେନ ଓ ଶେଲଡନ କଟ୍ରେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.