fbpx

ସ୍ପା’ ସେଣ୍ଟରରେ ଭୀଷଣ ନିଆଁ, ମହିଳା କର୍ମଚାରୀଙ୍କ ସମେତ ୨ ମୃତ

ନୋଏଡା: ନୋଏଡାର ଏକ ସ୍ପା’ ସେଣ୍ଟରରେ ଭୀଷଣ ନିଆଁ ଲାଗିବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଯାଇଛି । ନୋଏଡାର ସେକ୍ଟର୍-୨୪ ଥାନା ଅଞ୍ଚଳରେ ଥିବା ସ୍ପା ସେଣ୍ଟରରେ ଭୟଙ୍କର ନିଆଁ ଲାଗିଥିବା ଖବର ସାମନାକୁ ଆସିଛି । ନିଆଁ ଏତେ ଭୟଙ୍କର ଥିଲା ଯେ, ସେଠାରେ କାର୍ଯ୍ୟରତ ଜଣେ ମହିଳାଙ୍କ ସମେତ ଦୁଇ ଜଣ ଜଳିଯାଇଥିଲେ । ଘଟଣାକୁ ନେଇ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି ।

ଘଟଣାର ଖବର ପାଇ ପୋଲିସ୍ ସେଠାରେ ପହଞ୍ଚିଥିଲା ଓ ଯାଞ୍ଚ ଆରମ୍ଭ କରିଥିଲା । ଏବେସୁଦ୍ଧା ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିସାରିଛନ୍ତି । କିନ୍ତୁ ନିଆଁରେ ପୋଡ଼ିହୋଇ ଦୁଇ ଜଣ ମୃତ୍ୟୁବରଣ କରିଛନ୍ତି । ଏହି ଘଟଣା ଗୁରୁବାର ଦିନ ସନ୍ଧ୍ୟା ୫ଟା ବେଳେ ଘଟିଥିଲା । ନିଆଁ ଲାଗିବା ସମୟରେ ଅନେକ ସଂଖ୍ୟାରେ ଯୁବକ-ଯୁବତୀ ସେଠାରେ ଉପସ୍ଥିତ ଥିଲେ । ତେବେ ମୃତକଙ୍କ ମଧ୍ୟରେ ରହିଛନ୍ତି ୩୫ ବର୍ଷାୟ ଅଙ୍କୁଶ ଆନନ୍ଦ ଓ ୨୬ ବର୍ଷୀୟା ରାଧା ଚୌହାନ୍ ।

Get real time updates directly on you device, subscribe now.