fbpx

ରାତିରେ ଟଙ୍କା ବାଣ୍ଟିବାକୁ ଆସିଥିବା ବେଳେ ଧରିପକାଇଲେ ଗ୍ରାମବାସୀ, ଦେଖନ୍ତୁ ଭିଡ଼ିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇଥିବା ବେଳେ ୯ଟା ସୁଦ୍ଧା ୨୦% ମତଦାନ ହୋଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ଏହାରି ମଧ୍ୟରେ ସାମ୍ନାକୁ ଏକ ଭିଡିଓ ଆସିଛି, ଯେଉଁଥିରେ ଜଣେ ବ୍ୟକ୍ତି ରାତିରେ ଟଙ୍କା ବାଣ୍ଟିବାକୁ ଆସିଥିବା ଦେଖିବାକୁ ମିଳିଛି । କିନ୍ତୁ ବ୍ୟକ୍ତି ଜଣଙ୍କ ତାଙ୍କ କାମରେ ସଫଳ ହୋଇଥାନ୍ତେ, ତା ପୂର୍ବରୁ ଗ୍ରାମବାସୀମାନେ ତାଙ୍କୁ ଧରିପକାଇଥିଲେ ।

ଭିଡ଼ିଓରେ ଦେଖିବାକୁ ମିଳିଛି କି, ଟଙ୍କା ବାଣ୍ଟିବାକୁ ଆସିଥିବା ବ୍ୟକ୍ତି ଜଣକ ହାତରେ କିଛି ୫୦୦ ଟଙ୍କିଆ ନୋଟ୍ ଧରିଛନ୍ତି । ଟଙ୍କା କିଏ ଓ କାହିଁକି ଦେଇଛି ପଚାରିବାରୁ ସେ କହିଥିଲେ ଯେ, ଏହି ଟଙ୍କା ମୋତେ ଜ୍ୟୋତି ଦେଇଥିଲେ । କିନ୍ତୁ ଜ୍ୟୋତି କେଉଁ ଦଳର ବୋଲି ସେ କିଛ କହିନଥିଲେ । ଟଙ୍କା ଏମିତି ଖର୍ଚ୍ଚ କରିବାକୁ ଦେଇଥିଲେ ବୋଲି ଧରାପଡିବା ପରେ ବ୍ୟକ୍ତିଜଣକ କହିଥିଲେ । ତେବେ ଆସନ୍ତୁ ଦେଖିବା ଏହାର ଭିଡ଼ିଓ…

Get real time updates directly on you device, subscribe now.