fbpx

ହାର୍ଟ ଇମୋଜୀ ଶେୟାର କଲେ ଜେଲ ଓ ୨୦ ଲକ୍ଷ ଜୋରିମାନା: ଜାଣନ୍ତୁ କେଉଁଠି ରହିଛି ଏମିତି ଅଜବ ବ୍ୟବସ୍ଥା

ନୂଆଦିଲ୍ଲୀ: ସାଉଦି ଆରବର କଠୋର ନିୟମ ବିଷୟରେ ଆପଣ ଅନେକ ଥର ଶୁଣିଥିବେ। ଯଦିଓ ଏହି କଠୋର ନିୟମଗୁଡ଼ିକ ଅପରାଧ କରୁଥିବା ବ୍ୟକ୍ତିଙ୍କ ପାଇଁ ହିଁ ରହିଥାଏ। କିନ୍ତୁ ଆପଣ ଜାଣନ୍ତି କି, ଏଠି ରୁଟିନ୍‌ ଲାଇଫ୍‌ରେ ମଧ୍ୟ କିଛି ଭୁଲ୍ ଆପଣଙ୍କ ଉପରେ ଏକଦମ୍‌ ଭାରୀ ପଡ଼ିପାରେ। ଆପଣଙ୍କୁ ଏହି ଭୁଲ ପାଇଁ ଭାରୀ ମୂଲ୍ୟ ଦେବାକୁ ହୋଇଥାଏ। ବାସ୍ତବରେ, ସାଉଦି ଆରବରେ ଯଦି ଆପଣ ହ୍ଵାଟସ୍‌ଆପରେ ଲାଲ୍ ରଙ୍ଗର ହାର୍ଟ ଇମୋଜି କାହାକୁ ପଠାଇବାର ଭୁଲ୍ କରି ବସନ୍ତି, ତ ଆପଣଙ୍କୁ ଜେଲ୍ ମଧ୍ୟ ହୋଇପାରେ। ଏଥି ସହିତ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ମଧ୍ୟ ଲାଗିପାରେ। ଆସନ୍ତୁ ଜାଣିବା କ’ଣ ଏହି ନିୟମ?

ଜିରୋ ଟଲେରାନ୍ସ:
ସାଉଦି ଆରବରେ ଆଇଟି ନିୟମ ବହୁତ କଡ଼ାକଡ଼ି ରହିଛି। ଏଠାରେ କାହାକୁ ଲାଲ୍‌ ରଙ୍ଗର ହାର୍ଟ ଇମୋଜି ପଠାଇବା ଯୌନ ଉତ୍ପୀଡ଼ନ ଅପରାଧ ହିସାବରେ ଗଣାଯାଏ। ଯଦି କେହି କାହାକୁ ଏମିତି ଇମୋଜି ପଠାଇଦିଏ, ଆଉ ସାମ୍ନା ଲୋକ ଏ ନେଇ ଅଭିଯୋଗ କରିଦିଏ, ତେବେ ଏହା ଉତ୍ପୀଡ଼ନ ଅପରାଧ ଶ୍ରେଣୀରେ ଆସିଯିବ। ଏଠାରେ ଏହି ପ୍ରକାର ଅପରାଧକୁ ନେଇ ଜିରୋ ଟଲେରାନ୍ସ ନୀତି ବେଶ୍‌ କଠୋର ରହିଛି। ଏଥିରେ ଲାଲ୍‌ ହାର୍ଟ ଇମୋଜିକୁ ଯୌନ ଅପରାଧ ସହିତ ଯୋଡ଼ା ଯାଇଛି।

ପ୍ରଥମ ଥରରେ ୨୦ ଲକ୍ଷ ଟଙ୍କା ଜରିମାନା!
ରିପୋର୍ଟ ମୁତାବକ, ଯଦି ଲାଲ୍‌ ଇମୋଜି ପାଇଥିବା ବ୍ୟକ୍ତି କୌଣସି ମତେ ଅଭିଯୋଗ କରିଦିଏ, ଏବଂ କାହାର ଦୋଷ ପ୍ରମାଣିତ ହୋଇଯାଏ, ତେବେ ପ୍ରେରକଙ୍କୁ ୧୦୦,୦୦୦ ସାଉଦି ରିୟାଲରୁ ଅଧିକ ଫାଇନ୍‌ କିମ୍ବା ୨ ବର୍ଷ ଜେଲ ଦଣ୍ଡ ନଚେତ୍‌ ଏହି ଦୁଇଟି ଯାକର ଦଣ୍ଡ ହିଁ ଭୋଗିବାକୁ ପଡ଼ିପାରେ। ଯଦି ଜଣେ ହିଁ ବ୍ୟକ୍ତି ଏହି ନିୟମକୁ ବାରମ୍ବାର ଉଲ୍ଲଂଘନ କରେ, ତା’ ହେଲେ ତାଙ୍କ ଉପରେ ୩୦୦,୦୦୦ ସାଉଦି ରିୟାଲ୍ ଫାଇନ୍‌ କିମ୍ବା ୫ ବର୍ଷ ନଚେତ୍‌ ଉଭୟ କାରାଦଣ୍ଡ ହୋଇପାରେ।

Get real time updates directly on you device, subscribe now.