fbpx

ବଦଳିବ ମୌସୁମୀ: ୨୪ ଘଣ୍ଟା ଭିତରେ ୬ ଟି ଜିଲ୍ଲାରେ ହାଲକା ବର୍ଷା ସାଙ୍ଗକୁ ବଢିପାରେ ଘନ କୁହୁଡି

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟାରେ ବଦଳିବ ପାଣିପାଗ । ମୋଟ ୬ଟି ଜିଲ୍ଳାକୁ ଦିଆଯାଇଛି ସତର୍କ ସୂଚନା । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ବର୍ଷା ସାଙ୍ଗକୁ କୁହୁଡି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କନ୍ଧମାଳ, ନୟାଗଡ, ଗଜପତି, ଗଞ୍ଜାମ, କଟକ, ଢେଙ୍କାନାଳ ଆଦି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷାର ପରିମାଣ ଅଧିକ ନହେଲେ ବି ହାଲକା ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ସେପଟେ ଦକ୍ଷିଣ ଉପକୂଳ ଓଡିଶାରେ ମଧ୍ୟମ ଧରଣର କୁହୁଡି ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ଜଣାଯାଇଛି । ଆସନ୍ତା ୨୪ ଘଣ୍ଟା ପରେ ସୁନ୍ଦରଗଡ, ଝାରସୁଗୁଡା, ଦେଓଗଡ, କେଉଁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାରେ ହାଲକା ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ତେବେ ଏଭଳି ପାଗ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ପ୍ରକାଶ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

Get real time updates directly on you device, subscribe now.