fbpx

ୟୁକ୍ରେନ୍-ଋଷିଆ ବିବାଦ: ପୂର୍ବ ୟୁକ୍ରେନରେ କାର୍ ବ୍ଲାଷ୍ଟ୍, ଗ୍ୟାସପାଇପ୍ ଲାଇନ୍ ରେ ନିଆଁ, ଆରମ୍ଭ ହେଲା କି ଯୁଦ୍ଧ!

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ୍ ମଧ୍ୟରେ ବିବାଦ ଜାରି ରହିଛି । ବିବାଦ ବଢ଼ିଚାଲିଛି କିନ୍ତୁ କମିବାର ନାଁ ଧରୁ ନାହିଁ । ଦାବି ଜୋରଦାର୍ କରାଯାଉଛି ଯେ, ଯୁଦ୍ଧ ପରିସ୍ଥିତି ଉପୁଜିବ ନାହିଁ କିନ୍ତୁ ଅସଲ ସ୍ଥିତି ଭିନ୍ନ । ଶୁକ୍ରବାର ଦିନ ପୂର୍ବ ୟୁକ୍ରେନ୍ ରେ ଗୋଟିଏ ଗାଡ଼ି ଭିତରେ ଜୋରଦାର ଧମାକା ହୋଇଛି । ଏହି ଘଟଣା ପୂର୍ବ ୟୁକ୍ରେନ୍ ର ଡୋନେଟସ୍କ ସହରରେ ହୋଇଛି । ଏଠାରେ ଋଷ ସମର୍ଥକ ମାନେ ଡେରା ପକାଇ ବସିଛନ୍ତି । ତେବେ ଏହି ଗାଡ଼ିଟି ସୀମା ସୁରକ୍ଷାରେ ଥିବା ଜଣେ ଅଧିକାରୀଙ୍କର ବୋଲି କୁହାଯାଉଛି । କେବଳ ଗାଡ଼ି ବ୍ଲାଷ୍ଟ ହୋଇନାହିଁ ବରଂ ପୂର୍ବ ୟୁକ୍ରେନ୍ ରେ ଗ୍ୟାସପାଇପ୍ ଲାଇନ୍ ରେ ନିଆଁ ଲାଗିଥିବା ଖବର ସାମନାକୁ ଆସିଛି ।

ବର୍ତ୍ତମାନ ସୁଦ୍ଧା କେବଳ ଏତିକି ସୂଚନା ସାମନାକୁ ଆସିଛି । କିନ୍ତୁ ଆମେରିକା ଲଗାତର ଭାବରେ ଦାବି କରିବାରେ ଲାଗିଛି ଯେ, ଋଷ ଫାଲ୍ସ ଫ୍ଲାଗ୍ ଅଭିଯାନ ଜରିଆରେ ୟୁକ୍ରେନ୍ କୁ ଟାର୍ଗେଟ୍ କରିପାରେ । ଜାଣି ରଖିଥାନ୍ତୁ ଯେ, ଫାଲ୍ସ ଫ୍ଲାଗ୍ ର ଅର୍ଥ ହେଉଛି କୌଣସି ଦେଶ ନିଜ ଅଞ୍ଚଳ ଉପରେ ହିଁ ହମଲା କରିବା ଏବଂ ଦୋଷ ଅନ୍ୟ ଦେଶ ଉପରେ ଲଗାଇବା । ଏହାପରେ ଦୋଷୀ ଦର୍ଶଯାଇଥିବା ଦେଶ ଉପରେ ଜବାବୀ ତଦନ୍ତ ଆରମ୍ଭ କରାଇବା ।

Get real time updates directly on you device, subscribe now.