fbpx

କଣ ଆପଣ ୮ବର୍ଷ ତଳର ପୁରୁଣା ଗାଡ଼ି ଚଳାଉଛନ୍ତି କି? ଯଦି ହଁ, ତାହେଲେ ପ୍ରତିବର୍ଷ କରିବାକୁ ପଡ଼ିବ ଏହି କାମ

ନୂଆଦିଲ୍ଲୀ: ୮ ବର୍ଷ ତଳର ପୁରୁଣା ଗାଡ଼ି ଚଳାଉଥିଲେ ପ୍ରତିବର୍ଷ ଆପଣଙ୍କୁ ନିଜ ଗାଡ଼ିର ଫିଟନେସ୍ ଟେଷ୍ଟ୍ କରିବାକୁ ହେବ । କେନ୍ଦ୍ର ସରକାର ପରିବେଷ ଓ ସଡ଼କ ସୁରକ୍ଷା କୁ ଆଖି ଆଗରେ ରଖି ଏହି ନିୟମକୁ ବାଧ୍ୟତାମୂଳକ କରିଛନ୍ତି । ଏହି ନୂତନ ନିୟମ ୨୦୨୩ ଏପ୍ରିଲ୧ ତାରିଖରୁ ଲାଗୁ ହେବ । ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଏହି ବାବଦରେ ଫେବୃଆରୀ ୨ ତାରିଖ ଦିନ ଡ୍ରାଫ୍ଟ ନୋଟିଫିକେସନ୍ ଜାରି କରି ହିତାଧିକାରୀଙ୍କର ମତାମତ ଏବଂ ଆପତ୍ତି ମାଗିଛନ୍ତି ।

ଏହି ଡ୍ରାଫ୍ଟରେ ଉଲ୍ଲେଖ ରହିଛି ଯେ, ଆଠ ବର୍ଷକୁ କମ୍ ବର୍ଷ ପୁରୁଣା ଗାଡ଼ି ଖାସ୍ କରି ପୁରୁଣା ବ୍ୟବସାୟିକ ବାହାନ(ଟ୍ରକ୍-ବସ୍ ଆଦି)କୁ ଦୁଇବର୍ଷ ମଧ୍ୟରେ ଫିଟନେସ୍ କରିବାକୁ ହେବ ଏବଂ ୮ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ପ୍ରତିବର୍ଷ ଫିଟନେସ୍ ଟେଷ୍ଟ୍ କରାଇବାକୁ ହେବ । ଏହି ନିୟମକୁ ବାଧ୍ୟତାମୂଳକ କରାଯିବ । ଫିଟନେସ୍ ଟେଷ୍ଟ୍ ସୂଚିବଦ୍ଧ ଅଟୋମେଟେଡ୍ ଫିଟନେସ୍ ଷ୍ଟେସନ୍ ରେ କରିବା ଜରୁରୀ ହେବ ।

ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଫିଟନେସ୍ ପ୍ରମାଣ ପତ୍ର ନବୀକରଣ ନ କରାଇଲେ ମୋଟା ଅଙ୍କର ଜୋରିମାନା ଦେବାକୁ ପଡ଼ିବ । ଏଭଳି ଗାଡ଼ିକୁ ରାସ୍ତାରେ ଯିବାକୁ ଅନୁମତି ଦିଆ୍ରଯିବ ନାହିଁ । ଅଧିକାରୀଙ୍କ କହିବା କଥା ଯେ, ଅନଫିଟ୍ ଗାଡ଼ି ଗୁଡ଼ିକ ଅଧିକ ଇନ୍ଧନ ପିଇଥାଏ ଏବଂ ପରିବେଶକୁ ଦୂଷିତ କରିଥାଏ । ଏଭଳି ଗାଡ଼ି ସଡ଼କ ଦୁର୍ଘଟଣାର ପ୍ରମୁଖ କାରଣ ପାଲଟିଥାଏ ।

Get real time updates directly on you device, subscribe now.