fbpx

ଏଣିକି ବଡ଼ପାଟିରେ କଥା ହେଲେ, ମ୍ୟୁଜିକ୍ ଶୁଣିଲେ ହେବ କାର୍ଯ୍ୟାନୁଷ୍ଠାନ: ପୂର୍ବତଟ ରେଳବାଇର ନୂଆ ନିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ଆପଣମାନେ ଟ୍ରେନରେ ଯାତ୍ରା କରୁଥିବା ସମୟରେ ଆଉ ଉଚ୍ଚସ୍ୱରରେ ପାଟି କରିପାରିବେ ନାହିଁ । ନିକଟରେ ରେଳ ଯାତ୍ରୀଙ୍କ ମଧ୍ୟରେ ଶାଳୀନତା ଓ ଶିଷ୍ଟାଚାର ବଜାୟ ରଖିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଯାତ୍ରୀମାନେ ମୋବାଇଲରେ କଥା ନହେବା, ଉଚ୍ଚସ୍ୱରରେ ସଙ୍ଗୀତ ନ ଶୁଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସମସ୍ତ ନିର୍ଦ୍ଦେଶାବଳୀ ପାଳନ କରିବାକୁ ପୂର୍ବତଟ ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି । ଏଥିସହ ଟିକେଟ ଯାଞ୍ଚ ଅଧିକାରୀ, ରେଳବାଇ ସୁରକ୍ଷା ବଳ, ଅନ୍ୟ କର୍ମଚାରୀମାନେ ଏହି ନିର୍ଦ୍ଦେଶ ପାଳନ କରିବେ । ଯେଉଁମାନେ ଏହି ନିୟମ ନ ମାନିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।

ପାଖରେ ବସିଥିବା ଅନ୍ୟ ଯାତ୍ରୀମାନେ ଯେପରି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ପରାମର୍ଶ ଦିଆଯାଇଛି । ରାତି ୧୦ଟା ପରେ ରେଳ ପ୍ରକୋଷ୍ଠରେ ଥିବା ଲାଇଟ୍ ବ୍ୟବହାର କରାଯିବ । କ୍ୟାବିନରେ ଥିବା ଲାଇଟ ବ୍ୟବହାର ନ କରିବା, ସାଧାରଣ ଆଲୋଚନା ସ୍ତରର ଶବ୍ଦକୁ କମ୍ କରିବାକୁ ପଡ଼ିବ । ଯାତ୍ରୀଙ୍କ ସହ କାରବାର କରୁଥିବା ରେଳବାଇର କର୍ମଚାରୀମାନେ ଭଦ୍ରତା, ସୌଜନ୍ୟମୂଳକ ବ୍ୟବହାର ବଜାୟ ରଖିବେ । ୬୦ ବର୍ଷରୁ ଅଧିକ ବୟସର ଯାତ୍ରୀ, ଦିବ୍ୟାଙ୍ଗ, ରୋଗୀଙ୍କୁ ସାହାଯ୍ୟ କରିବାକୁ କର୍ମଚାରୀଙ୍କୁ କୁହାଯାଇଛି । ଯେଉଁମାନେ ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରିବା ସହ ଅନ୍ୟମାନଙ୍କୁ ଅସୁବିଧାରେ ପକାଇବେ, ସେମାନେ ବିଭାଗ ପକ୍ଷରୁ କଠୋର ଦଣ୍ଡ ଭୋଗିବେ ।

Get real time updates directly on you device, subscribe now.