fbpx

୨୦୦୮ Ahmedabad Blast: ୭୦ ମିନିଟ୍, ୨୧ ବିସ୍ଫୋରଣ, ୫୬ ମୃତ୍ୟୁ…ପଢ଼ନ୍ତୁ କଣ ରହିଛି ପୂରା ଘଟଣା ଓ ସମାଧାନ

ଅହମଦାବାଦ୍: ଗୁଜରାଟର ଅହମଦାବାଦ୍ ରେ ୨୦୦୮ ମସିହାରେ ହୋଇଥିବା ଭୟଙ୍କର ବ୍ଲାଷ୍ଟରେ ୫୬ ଜଣ ପ୍ରାଣ ହରାଇଥିବା ବେଳେ ୨୦୦ ଜଣ ଆହତ ହୋଇଥିଲେ । ଏହି ଘଟଣାରେ ମୃତକ ଓ ଆହତଙ୍କୁ ଶୁକ୍ରବାର ଦିନ ନ୍ୟାୟ ମିଳିଛି । ଗତକାଲି ସ୍ୱତନ୍ତ୍ର କୋର୍ଟ ୩୮ ଜଣଙ୍କୁ ଏକାସାଙ୍ଗରେ ଫାଶୀ ସଜ୍ଜା ଶୁଣାଇଥିଲେ ଓ ଅନ୍ୟ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଯାଇଥିଲା । ତେବେ ଏହି ମାମଲାକୁ ପୋଲିସ ଠାରୁ ଆରମ୍ଭ କରି ପୂରା ପ୍ରଶାସନ ଏକ ବଡ଼ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରିଥିଲେ ଏବଂ ଦୋଷୀଙ୍କୁ ଧରିଥିଲେ ।

ଗତକାଲି ସମସ୍ତଙ୍କୁ ନ୍ୟାୟ ମିଳିବା ପରେ ମାମଲାର ତଦନ୍ତ ରେ ସାମିଲ ହୋଇଥିବା ଅଧିକାରୀ ଓ ପୋଲିସ୍ ଆୟୁକ୍ତ ଜିତେନ୍ଦ୍ର ଯାଦବ ତତ୍କାଳୀନ ଉପାୟୁକ୍ତ ଅଭୟ ଚୁଡାସନାଙ୍କ କଥା ଉଠାଇ କହିଛନ୍ତି ଯେ, “ଆମେ ବ୍ଲାଷ୍ଟ୍ ପରେ ୫ ଦିନ ପର୍ଯ୍ୟନ୍ତ ଶୋଇ ପାରିନ ଥିଲୁ । ସେ ସମୟ ଚ୍ୟାଲେଞ୍ଜିଂ ରହିଥିଲା । ଲୋକମାନେ ଆମ ସାମନାରେ ପ୍ରାଣ ହରାଉଥିଲେ ଓ ଘଟଣାର ସୁତ୍ରଧର ସମ୍ପର୍କରେ କୌଣସି ସୂଚନା ନଥିଲା । ପଞ୍ଚମ ଦିନ ଚୁଡାସନାଙ୍କୁ ବଡ଼ ଖବର ମିଳିଥିଲା ଯେ, ଆତଙ୍କବାଦୀଙ୍କ ବେସ୍ ବେରୁଚ ନିକଟରେ ରହିଛି” ।

ସୂଚନା ପାଇବା ପରେ ପୋଲିସ୍ ବେରୁଚ ଠାରେ ପହଞ୍ଚିଥିଲା । ତେବେ ଏହି ସମୟରେ ଆତଙ୍କବାଦୀ ମାନେ ସେଠାରୁ ଫେରାର୍ ହୋଇଯାଇଥିଲେ । କିନ୍ତୁ ଟିମ୍ କୁ କିଛି ମୋବାଇଲ୍ ନମ୍ବର ମିଳିଥିଲା ଯାହା ଲିଡ୍ ହାସଲ କରିବାରେ ସହାୟକ ହେଲା । ଯାଦବ କହିଛନ୍ତି ଯେ, ଏହି ବ୍ଲାଷ୍ଟ ଆମ ଦେଶ ବିରୋଧରେ ଏକ ଯୋଜନାବଦ୍ଧ ପ୍ଲାନ୍ ର ଅଂଶ ଥିଲା । ଜୟପୁର, ଦିଲ୍ଲୀରେ ବ୍ଲାଷ୍ଟ ହୋଇଥିବା ଓ ସୁରତ ରେ ମଧ୍ୟ ଚେଷ୍ଟା କରାଯାଇଥିଲା । ତେବେ ଏହି ସମୟରେ ଆତଙ୍କବାଦୀ ମାନେ ଆଉ ଏକ ବ୍ଲାଷ୍ଟ୍ ନେଇ ଯୋଜନା ଆରମ୍ଭ କରିଦେଇଥିଲେ । ଏହି ସମୟରେ ଅହମଦାବାଦ୍ ପୋଲିସ୍, ମୁମ୍ବାଇ, ଦିଲ୍ଲୀ ଓ ଉତ୍ତରପ୍ରଦେଶର ସମକକ୍ଷଙ୍କ ସହିତ ସମ୍ପର୍କ କରିଥିଲା । ଏହି ସମୟରେ ଖବର ମିଳିଥିବା ବ୍ଲାଷ୍ଟ ପୂର୍ବରୁ ଜୟପୁରରେ ସେମାନେ ଏକ ବୈଠକ କରିଥିଲେ ।

କୁହାଯାଇଛି ଯେ ହମଲା ପୂର୍ବରୁ ଏକ ଅହମଦାବାଦ୍ ରେ ଦୁଇଟି ଟ୍ରେନିଂ କ୍ୟାମ୍ପ ଆୟୋଜିତ କରାଯାଇଥିଲା । ଏହିଭଳି ଭାବରେ ତଦନ୍ତ ଆଗକୁ ବଢ଼ିଥିଲା । ଟ୍ରେନିଂ ଦେଇଥିବା ଦୁଇଜଣ ମାଷ୍ଟରମାଇଣ୍ଡଙ୍କର ନାମ ସାମନାକୁ ଆସିଥିଲା । ଉକ୍ତ ଦୁଇଜଣ କେରଳ ଜଙ୍ଗଲରେ ପ୍ରାୟ ୫୦ ଜଣଙ୍କୁ ବ୍ଲାଷ୍ଟ୍ କରିବା ନେଇ ଟ୍ରେନିଂ ଦେଇଥିବା ଜଣାପଡ଼ିଥିଲା । ସେମାନେ ଦୁଇଜଣଙ୍କୁ ପୋଲିସ୍ ପୁଣେରୁ ଧରିଥିଲା । ଆଉ ଏହି ଭଳି ଭାବରେ ତଦନ୍ତ ପୂର୍ବକ ଦୋଷୀଙ୍କୁ ଧରିବାରେ ସଫଳ ହୋଇଥିଲା ପୋଲିସ୍ ।

Get real time updates directly on you device, subscribe now.