ଭୁବନେଶ୍ୱର: ବିଜୁଳି ଦରବୃଦ୍ଧିକୁ ନେଇ ପୁଣି ଉପୁଜିଲା ବିବାଦ । ଦରଦାମ ବୃଦ୍ଧି ନ କରିବା ପାଇଁ ଅନୁରୋଧ କଲା ଶକ୍ତି ବିଭାଗ । ଶୁଣାଣି ସମୟରେ ଓଇଆରସିକୁ ଅନୁରୋଧ କରି ପ୍ରସ୍ତାବ ଦିଆଯାଇଛି । ଏଥିସହିତ DISCOMର ବଳକା ରାଜସ୍ୱକୁ ବିଚାରକୁ ନେଇ ଶୁଣାଣି କରିବା ପାଇଁ କମିଶନଙ୍କ ଶକ୍ତି ବିଭାଗ ପ୍ରସ୍ତାବ ଦେଇଛି ।
ହୁ ହୁ ହୋଇ ବଢୁଥିବା ବିଜୁଳି ଦରକୁ ନେଇ ଶକ୍ତି ବିଭାଗ ଚିନ୍ତାରେ ପଡିଛି । ବିଜୁଳି ଦର ବୃଦ୍ଧି ନ କରିବା ପାଇଁ ଶକ୍ତି ବିଭାଗ ଅନୁରୋଧ କରିଛି । ୨୦୨୨-୨୩ ବର୍ଷ ପାଇଁ ଟାରିଫ ନ ବଢାଇବାକୁ କମିଶନଙ୍କୁ ପ୍ରସ୍ତାବ ଦେଇଛି ଶକ୍ତି ବିଭାଗ । ଶୁଣାଣି ସମୟରେ ଓଇଆରସିକୁ ଅନୁରୋଧ କରି ବିଭାଗ ତରଫରୁ ପ୍ରସ୍ତାବ ଦିଆଯାଇଛି । ଏଥି ସହିତ DISCOMର ବଳକା ରାଜସ୍ୱକୁ ମଧ୍ୟ ବିଚାରକୁ ନେବା ପାଇଁ କମିଶନଙ୍କୁ ପ୍ରସ୍ତାବ ଦେଇଛି ଶକ୍ତି ବିଭାଗ ।