fbpx

୪ ଦଶନ୍ଧି ପରେ ଭାରତକୁ ମିଳିଲା ବଡ ସୁଯୋଗ: ଆସନ୍ତା ବର୍ଷ ମୁମ୍ବାଇରେ ଆଇଓସିର ୧୪୦ତମ ବୈଠକ

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ଅଲିମ୍ପିକ କମିଟି(ଆଇଓସି)ର ୧୪୦ତମ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବ । ଏ ବିଷୟ ଆଜିଆଇଓସି ସଦସ୍ୟା ନୀତା ଅମ୍ବାନୀ ଘୋଷଣା କରିକହିଛନ୍ତି, ‘ଆଇଓସିର ୨୦୨୩ ଅଧିବେଶନମୁମ୍ବାଇରେ ଆୟୋଜିତ ହେବ । ଶନିବାର ଚୀନର ବେଜିଂରେ ଅନୁଷ୍ଠିତ ହୋଇଥିଲା । କମିଟିର ୧୩୯ତମ ବୈଠକ ଅବସରରେ ଭାରତକୁ ପରବର୍ତ୍ତୀ ବୈଠକ ଆୟୋଜନ ସୁଯୋଗ ମିଳିଛି । ଏହି ପ୍ରସ୍ତାବକୁ କେହି ବିରୋଧ କରି ନାହାନ୍ତି । ତେଣୁ ୨୦୨୩ରେ ଭାରତ ଦ୍ୱିତୀୟ ଥର ଅଲିମ୍ପିକ କମିଟି ବୈଠକର ଆୟୋଜନ କରିବ ।

 

ଭାରତ ୧୯୮୩ରେ ଦିଲ୍ଲୀରେ ପ୍ରଥମ ଥର ପାଇଁ ଏହି ବୈଠକ ଆୟୋଜନ କରିଥିଲା । ଅନ୍ତର୍ଜାତୀୟ ଅଲିମ୍ପିକ କମିଟିର ୧୩୯ତମ ବୈଠକରେ ଭାରତ ପକ୍ଷରୁ ଅଭିନବ ବିନ୍ଦ୍ରା, ନରିନ୍ଦର ବାତ୍ରା ଏବଂ ନୀତା ଅମ୍ବାନୀ ଯୋଗ ଦେଇଥିଲେ । ଅଭିନବ ଭାରତର ପ୍ରଥମ ଖେଳାଳି ଭାବେ ଅଲିମ୍ପିକରେ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତିଥିଲେ । ବାତ୍ରା ଭାରତୀୟ ଅଲିମ୍ପିକ ଆସୋସିଏସନର ଅଧ୍ୟକ୍ଷ ହୋଇଥିବା ବେଳେ ନୀତା ଅମ୍ବାନୀ ଭାରତୀୟ ଅଲିମ୍ପିକ ସମିତିର ସଦସ୍ୟ । ବୈଠକରେ ଦେଶର କ୍ରୀଡା ଏବଂ ଯୁବ ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଯୋଗ ଦେଇଥିଲେ । ଆସନ୍ତା ବର୍ଷ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟରରେ ଅଲିମ୍ପିକ କମିଟିର ବୈଠକ ଆୟୋଜନ କରାଯିବ ।

ସୂଚନା ଯୋଗ୍ୟ ଯେ ଆଇଓସିର ବାର୍ଷିକ ବୈଠକରେ ସମସ୍ତ ସଦସ୍ୟ ସାମିଲ୍‌ ହୋଇଥାନ୍ତି । ଏହା ଅନ୍ତର୍ଜାତୀୟ ଅଲିମ୍ପିକ କମିଟିର ସବୁଠୁ ବୃହତ ବୈଠକ । ଏଥିରେ ନିଆଯାଉଥିବା ନିର୍ଣ୍ଣୟ ସର୍ବମାନ୍ୟ ହୋଇଥାଏ । ସାଧାରଣତଃ ଆଇଓସିର ବୈଠକ ବର୍ଷକରେ ଗୋଟିଏ ଥର ଅନୁଷ୍ଠିତ ହୋଇଥାଏ । ଆବଶ୍ୟକ ପଡିଲେ କମିଟିର ଅଧ୍ୟକ୍ଷ ଅତି କମରେ ଏକ ତୃତୀୟାଂଶ ସଦସ୍ୟଙ୍କୁ ଲିଖିତ ନିମନ୍ତ୍ରଣ ଦେଇ ବୈଠକ ଡକାଇ ପାରିବେ ।ଆଇଓସିର ମୋଟ୍‌ ସଦସ୍ୟ ସଂଖ୍ୟା ୧୦୧ । ସମସ୍ତଙ୍କ ପାଖରେ ମତଦାନର ଅଧିକାର ରହିଛି । ଏହା ବ୍ୟତୀତ ୪୫ ମାନନୀୟ ଏବଂ ଜଣେ ସମ୍ମାନିତ ସଦସ୍ୟ ଥାଆନ୍ତି । । ଅଲିମ୍ପିକ କମିଟିରେ ୫୦ରୁ ଅଧିକ ଅନ୍ତର୍ଜାତୀୟ କ୍ରୀଡା ସଂଘର ଅଧ୍ୟକ୍ଷ ଏବଂ ସଚିବ ମଧ୍ୟ ଯୋଗ ଦେବେ ।

Get real time updates directly on you device, subscribe now.