fbpx

ଓଜନ କମ୍ କରିବା ପାଇଁ ଖାଆନ୍ତୁ ଏହି ୫ଟି ଫଳ, ଫ୍ୟାଟ୍ ରୁ ହୋଇଯିବେ ଫିଟ୍

ଓଡ଼ିଶା ଭାସ୍କର ବ୍ୟୁରୋ: ଆଜିକା ସମୟରେ ପ୍ରତିଟି ବ୍ୟକ୍ତି ପତଳା ତଥା ସ୍ଲିମ୍ ହୋଇ ରହିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ଫିଟ୍ ରହିବା ଏବେ ଏକ ଟ୍ରେଣ୍ଡ୍ ପାଲଟି ଯାଇଛି । ତେବେ ଗତ ଦୁଇ ବର୍ଷ ହେଲା କୋଭିଡ୍ ମହାମାରୀ ଜାରି ରହିଥିବାରୁ ଲୋକମାନେ ଘରୁ ବାହାରକୁ ଯିବା କୁଣ୍ଠାପ୍ରକାଶ କରୁଛନ୍ତି । ଲକ୍ ଡାଉନ୍ କାରଣରୁ ଅନେକ ଦିନ ଜିମ୍ ବନ୍ଦ ରହିବାରୁ ଉପଯୁକ୍ତ ୱର୍କ ଆଉଟ୍ ବି କରିପାରୁ ନାହାନ୍ତି । ଏପରି ପରିସ୍ଥିତିରେ ଶରୀରକୁ କସରତର ଆବଶ୍ୟକତା ରହିଛି ।

ତେଣୁ ଅନେକ ବିଶେଷଜ୍ଞ ପରାମର୍ଶ କରୁଛନ୍ତି ଲୋକମାନେ ନିଜ ଘର କିମ୍ବା ଛାତ, ପାର୍କ କିମ୍ବା କୌଣସି ଖୋଲା ସ୍ଥାନରେ ରନିଂ କରନ୍ତୁ ଏବଂ ଏକ୍ସରସାଇଜ୍ କରନ୍ତୁ । ଫଳରେ ସ୍ୱାସ୍ଥ୍ୟ ଉତ୍ତମ ରହିବ ଓ କ୍ୟାଲୋରୀ ବି କମିବ । ତୈଳଯୁକ୍ତ ଖାଦ୍ୟ ନଖାଇ ଫଳ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ । ଯାହା ଦ୍ୱାରା ମୋଟାପଣ ହ୍ରାସ ପାଇବ । ତେବେ ବିଶେଷଜ୍ଞଙ୍କ କହିବା କଥା ଯେ, କିଛି ଫଳରେ ଓଜନ ହ୍ରାସକାରୀ ଗୁଣ ରହିଥାଏ । ଏହସବୁ ଭିଟାମିନ୍, ଫାଇବର୍ ଅନ୍ୟାନ୍ୟ ତତ୍ତ୍ୱରେ ଭରପୁର ହୋଇଥାଏ । ଫଳରେ କ୍ୟାଲୋରୀ କମ୍ ଓ ଫାଇବର୍ ଅଧିକ ରହେ । ଯାହା ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ ।

ତେବେ ଆପଣ ମାନେ ସେହିଭଳି କିଛି ଫଳ ପ୍ରତିଦିନ ଖାଆନ୍ତୁ ଓ ନିଜ ଡାଏଟ୍ ରେ ସାମିଲ କରନ୍ତୁ । ଏହି କ୍ରମରେ ଆପଣ ମାନେ ସେଓ, ତରଭୁଜ, ଅମୃତଭଣ୍ଡା, ଅଙ୍ଗୁର ଓ କମଳା ଭଳି ଫଳ ସେବନ କରିପାରିବେ । ଏଥିରେ କ୍ୟାଲୋରୀ କମ୍ ରହିଥାଏ ଯାହା ଓଜନ ନିୟନ୍ତ୍ରଣ କରେ ଓ ଭୋକ ବି ମେଣ୍ଟାଇଥାଏ । ଆପଣ ଏସବୁ ଫଳରେ ଜୁସ୍ କରି ମଧ୍ୟ ପିଇପାରିବେ ।

Get real time updates directly on you device, subscribe now.