fbpx

ପ୍ରକାଶ ପାଇଲା ଦୁନିଆର ବେଷ୍ଟ-୧୦ କମ୍ପାନୀ ତାଲିକା: ପ୍ରଥମ ଥର ପାଇଁ Facebook କୁ ମିଳିଲାନି ସ୍ଥାନ

ନୂଆଦିଲ୍ଲୀ: ନିକଟରେ ବିଶ୍ୱର ଶ୍ରେଷ୍ଠ ୧୦ଟି କମ୍ପାନୀର ତାଲିକା ପ୍ରକାଶ କରାଯାଇଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ଲିଷ୍ଟର ଫେସବୁକର ସ୍ଥାନ ନାହିଁ । ବ୍ଲୁମବର୍ଗର ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଫେସବୁକର ସ୍ୱାମୀତ୍ୱ କମ୍ପାନୀ ମେଟାର ଶେୟାର ୫୬୫ ଡଲାରକୁ ଖସି ଆସିଛି । ଫଳରେ ମେଟା ଟପ ୧୦ ବେଷ୍ଟ କମ୍ପାନୀ ତାଲିକାରୁ ବାହାର ହୋଇ ବର୍ତ୍ତମାନ ୧୧ତମ ସ୍ଥାନରେ ରହିଛି । ସମୟ ଥିଲା ମେଟା ୧ ଟ୍ରିଲିୟନ ଡଲାରରେ ପହଞ୍ଚିବା ସହ ଦୁନିଆର ଶ୍ରେଷ୍ଠ କମ୍ପାନୀ ମଧ୍ୟରେ ୬ ନମ୍ବର ସ୍ଥାନରେ ରହିଥିଲା ।

ଗତ ସେପ୍ଟେମ୍ବର ମାସରେ ମେଟାର ଭାଲ୍ୟୁ ପିକରେ ରହିଥିବା ବେଳେ ଏହା ପରେ ତାହା ଅଧାକୁ ଖସି ଆସିଥିଲା । ଫଳରେ ଏବେ କମ୍ପାନୀକୁ ୫୦୦ ବିଲିୟନ ଡଲାରରୁ ଅଧିକ କ୍ଷତି ସହିବାକୁ ପଡ଼ିଛି । ପ୍ରଥମ ଥର ପାଇଁ କମ୍ପାନୀର ଗ୍ଲୋବାଲ ୟୁଜର୍ସଙ୍କ ସଂଖ୍ୟାରେ ହ୍ରାସ ଘଟୁଥିବାରୁ ମେଟାକୁ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବାକୁ ପଡ଼ୁଛି ।

ଏହି ଲିଷ୍ଟରେ ୧- ଆପଲ, ୨- ମାଇକ୍ରୋସଫ୍ଟ, ୩- ଆରାମକୋ, ୪- ଗୁଗଲ, ୫- ଆମାଜନ, ୬- ଟେସଲା, ୭- ୱର୍କଶାୟର ହେଥୱେ, ୮- ଏନଭିଡିଓ, ୯- ଟିଏସଏମସି, ୧୦- ଟେସେଣ୍ଟେ ରହିଛନ୍ତି ।

Get real time updates directly on you device, subscribe now.