ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ସଂକ୍ରମଣ ହଠାତ୍ ଉଦ୍ଧ୍ୱର୍ମୁଖୀ ହେବାରେ ଲାଗିଥିଲା । ମାତ୍ର ଫେବୃଆରୀ ମାସ ଆରମ୍ଭରୁ ପୁଣି ଥରେ ସଂକ୍ରମଣ କମିବାରେ ଲାଗିଥିଲା । ରାଜ୍ୟରେ ଗୋଟିଏ ପଟେ ସଂକ୍ରମଣ କମୁଥିବା ବେଳେ ଅନ୍ୟପଟେ ଦୈନିକ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି ।
ଆଜି ୪୯୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୮୯ ଓ ସ୍ଥାନୀୟ ଅଞ୍ଚଳରୁ ୨୦୩ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୧୨୨ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୨ ହଜାର ୪୮୧ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୨ ଲକ୍ଷ ୬୭ ହଜାର ୧୦୯ ରହିଥିବା ବେଳେ ୬ ହଜାର ୩୦୮ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 19th Feb
New Positive Cases: 492
Of which 0-18 years: 122
In quarantine: 289
Local contacts: 203(Details of local contacts will be shared by concerned District)
1. Angul: 3
2. Balasore: 9
3. Bargarh: 1
4. Bhadrak: 9
5. Balangir: 2
6. Boudh: 3— I & PR Department, Odisha (@IPR_Odisha) February 20, 2022
23. Nawarangpur: 2
24. Nayagarh: 16
25. Nuapada: 7
26. Puri: 8
27. Rayagada: 45
28. Sambalpur: 38
29. Sonepur: 5
30. Sundargarh: 96
31. State Pool: 10New recoveries: 1266
Cumulative tested: 28826116
Positive: 1282481
Recovered: 1267109
Active cases: 6308— I & PR Department, Odisha (@IPR_Odisha) February 20, 2022