fbpx

ଆଖି ଖୋଲିପାରେ ଆପଣଙ୍କ ସ୍ୱାସ୍ଥ୍ୟର ରହସ୍ୟ, ଏହି ଲକ୍ଷଣଗୁଡ଼ିକୁ କରନ୍ତୁ ନାହିଁ ଅଣଦେଖା

ନୂଆଦିଲ୍ଲୀ: ଆପଣଙ୍କ ଆଖି ଆପଣଙ୍କ ସ୍ୱାସ୍ଥ୍ୟର ରହସ୍ୟ କହିପାରେ । କୁହାଯାଏ କି, ଆଖି ହୃଦୟର ଅବସ୍ଥାକୁ କହିଥାଏ, କିନ୍ତୁ ହୃଦୟର କଥା କହିବା ସହିତ ଏହା ଆପଣଙ୍କ ସ୍ୱାସ୍ଥ୍ୟର ଅବସ୍ଥା ବିଷୟରେ ବି କହିପାରେ । ଏଥିପାଇଁ କୌଣସି ବି ରୋଗର କାରଣ ଜାଣିବାକୁ ଡାକ୍ତରମାନେ ପ୍ରଥମେ ରୋଗୀର ଆଖି ଚେକ୍ କରନ୍ତି । ବିଶେଷଜ୍ଞଙ୍କ କହିବା ମୁତାବକ, ଯଦି ଆପଣଙ୍କ ଆଖିରେ କୌଣସି ପରିବର୍ତ୍ତନ ନଜର ଆସେ, ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ଉଚିତ୍ । ଯଦି ଆପଣଙ୍କ ଆଖିରେ ଦେଖିବାର ସମସ୍ୟା, ଜଳିବା ବା ଯନ୍ତ୍ରଣାର ସମସ୍ୟା ରହିଛି, ତେବେ ଏହା ବଡ଼ ରୋଗର ଲକ୍ଷଣ ହୋଇପାରେ ।

ଯଦି ଆଖିରେ ପାଣି ଆସେ…
ଆଖିରେ ଅଧିକ ପାଣି ଆସିବା ସମୟରେ ଯଦି ଆପଣଙ୍କ ଆଖିରେ କଳା କିମ୍ବା ବାଦାମୀ ଦାଗ ଦେଖାଯାଏ, ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖିବା ଉଚିତ୍ । କାରଣ ଏହା ଅସୁବିଧାର ସଙ୍କେତ । ଅର୍ଥାତ୍ ଆପଣଙ୍କୁ କୌଣସି ବି ପରିସ୍ଥିତିରେ ଆଖି ସମ୍ବନ୍ଧୀତ ସମସ୍ୟାକୁ ଅଣଦେଖା କରିବା ଉଚିତ୍ ନୁହେଁ ।

ଅସ୍ପଷ୍ଟ ଦେଖାଗଲେ…
ଏହା ବ୍ୟତୀତ ଯଦି ଆପଣଙ୍କୁ ଅସ୍ପଷ୍ଟ ଦେଖାଯାଏ, ତେବେ ବି ଏହାକୁ ହାଲୁକାରେ ନେବା ଉଚିତ୍ ନୁହେଁ । କାରଣ ଅନେକ କାରଣରୁ ଲୋକମାନଙ୍କୁ ଅନ୍ଧାରୁଆ ଦେଖାଦେଇଥାଏ । ଯଦି ଆପଣଙ୍କୁ ଆଲୋକରେ ବା ଅନ୍ଧାରରେ ଅସ୍ପଷ୍ଟ ଦେଖାଦେଉଛି, ତେବେ ଏହାକୁ ବି ଅଣଦେଖା କରନ୍ତୁ ନାହିଁ ।

ଆଖିରେ ଶୁଷ୍କତା
ଯଦିଓ ଆପଣ ଆଖିରେ ଶୁଷ୍କତା ଅନୁଭବ କରୁଛ, ତେବେ ଏହାକୁ ହାଲୁକା ଭାବେ ଗ୍ରହଣ କରନ୍ତୁ ନାହିଁ । କାରଣ ଆଖିରେ ଶୁଷ୍କ ହେବାର ଅନେକ କାରଣ ଥାଇପାରେ । ଯେପରି କି, ବିଳମ୍ବିତ ରାତି ପର୍ଯ୍ୟନ୍ତ ବସ କମ୍ପ୍ୟୁଟର ସ୍କ୍ରିନରେ କାମ କରିବା ବା ଫୋନ୍ ବ୍ୟବହାର କରିବା । ଏପରି କ୍ଷେତ୍ରରେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ ।

ଆଖି କୁଣ୍ଡାଇହେବା
ଆଖି କୁଣ୍ଡାଇ ହେବା ବା ଡାର୍କ ସର୍କଲ ହେବାକୁ ବି ହାଲୁକାରେ ନିଅନ୍ତୁ ନାହିଁ । ଏହାର ଅନେକ କାରଣ ଥାଇପାରେ । କୁହାଯାଏ କି, ଅନେକ କାରଣରୁ ଆଖି କୁଣ୍ଡାଇହେବା ଓ ଡାର୍କ ସର୍କଲ ଭଳି ସମସ୍ୟା ଦେଖାଦେଇଥାଏ । ଯଦି ଆପଣ ଏଡି କାରଣଗୁଡ଼ିକୁ ଚିହ୍ନଟ କରିପାରୁ ନାହାନ୍ତି, ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Get real time updates directly on you device, subscribe now.