fbpx

ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ, ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ କାରଣ ଅସ୍ପଷ୍ଟ

ସୋନପୁର, (ଭାସ୍କର ନ୍ୟୁଜ୍‌): ବିବାହ ବେଦୀରେ ସାତ କଳସ ଧରି ପତ୍ନୀକୁ ସୁରକ୍ଷା ଦେବାର ଶପଥ ନେଇଥିବା ସ୍ୱାମୀ ଶେଷରେ ତାକୁ ବୀଭତ୍ସ ଭାବେ ହତ୍ୟା କରିବା ଘଟଣା ଉଲୁଣ୍ଡା ଥାନା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛି ସ୍ୱାମୀ । ସୋନପୁର ଜିଲ୍ଲା ଉଲୁଣ୍ଡା ଥାନା ଅଇଁଳାଛାଟ ଗ୍ରାମରେ ଏଭଳି ଅଘଟଣ ଘଟିଛି । ଏହି ଗ୍ରାମର ଶଙ୍କର ଦେହେରୀ ୧୧ ବର୍ଷ ତଳେ ବହଲପଦର ଗାଁର ଖେଡ଼ୁ ପ୍ରଧାନଙ୍କ ଝିଅ ମମତାଙ୍କୁ ବିବାହ କରିଥିଲେ । ତେବେ ବିଭିନ୍ନ ସମୟରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିଲା ଓ ଶଙ୍କର ମମତାଙ୍କୁ ମାଡ଼ ମାରୁଥିଲେ । ସନ୍ଧ୍ୟାରେ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା ଓ ଏଥିରେ ଉତ୍‌କ୍ଷିପ୍ତ ହୋଇ ଶଙ୍କର ମମତାଙ୍କୁ ନିର୍ଘାତ ପିଟିଥିଲେ । ଏହି ମାରପିଟ୍ ଭିତରେ ପତ୍ନୀଙ୍କ ପ୍ରାଣବାୟୁ ଉଡିଯାଇଥିଲା । ତେବେ ଏନେଇ ଶାଶୂଘର ଲୋକ ପତ୍ନୀହନ୍ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

Get real time updates directly on you device, subscribe now.