fbpx

ଶାନ୍ତନୁ ମିଶ୍ରଙ୍କ ଲଢୁଆ ଶତକ, ଓଡିଶା-ଗୋଆ ମ୍ୟାଚ ଡ୍ର

ଅହମଦାବାଦ: ଏଠାରେ ଅନୁଷ୍ଠିତ ଓଡିଶା-ଗୋଆ ରଣଜୀ ଟ୍ରଫି କ୍ରିକେଟ ଏଲିଟ ଡି ଗ୍ରୁପ ମ୍ୟାଚ ବିନା ଫଇସଲାରେ ସମାପ୍ତ ହୋଇଛି । ଗୋଆ ପ୍ରଥମ ଇନିଂସରେ ୧୮୧ ରନ କରିଥିବା ବେଳେ ଓଡିଶା କରିଥିଲା ୧୮୯ ରନ । ତେବେ ଗୋଆ ଦ୍ୱିତୀୟ ଇନିଂସରେ ୫ ୱିକେଟ ହରାଇ ୩୯୪ ରନ କରି ପାଳି ସମାପ୍ତି ଘୋଷଣା କରିବା ପରେ ଓଡିଶ।। ସାମ୍ନାରେ ୩୮୭ ରନ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ମ୍ୟାଚର ଚତୁର୍ଥ ତଥା ଅନ୍ତିମ ଦିବସରେ ଏପରି ଏକ ବୃହତ ଟାର୍ଗେଟକୁ ଅତିକ୍ରମ କରିବା ଅସମ୍ଭବ ବ୍ୟାପାର ଥିବା ବେଳେ ମ୍ୟାଚ ଡ୍ର ରଖିବା ଓଡିଶା ପାଇଁ ବଡ ଚାଲେଞ୍ଜ ଥିଲା । ତଥାପି ଗୋଆ ବୋଲର ମାନେ ଦିନ ତମାମ ଆପ୍ରାଣ ଉଦ୍ୟମ କରି ଓଡିଶାର ୭ ୱିକେଟ ଅକ୍ତିଆର କରି ନେଇଥିଲେ । ମ୍ୟାଚ ଶେଷ ବେଳକୁ ଓଡିଶା ଶାନ୍ତନୁ ମିଶ୍ରଙ୍କ ଶତକ ଓ ରାଜେଶ ଧୁରଙ୍କ ୫୨ ରନ ବଳରେ ୧୦୦ ଓଭର ଖେଳି ୭ ୱିକେଟ ବିନିମୟରେ କରିଥିଲା ୨୩୯ ରନ । ଗୋଆ ପକ୍ଷରୁ ସଫଳ ବୋଲର ଭାବେ ଅମିତ ଯାଦବ ଓ ଦର୍ଶନ ମିଶାଲ ପ୍ରତ୍ୟେକ ୨ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ପ୍ରଥମ ଓ ଦ୍ୱିତୀୟ ଇନିଂସରେ ଭଲ ପ୍ରଦର୍ଶନ କରିଥିବା ଓଡିଶା ବ୍ୟାଟର ରାଜେଶ ଧୁରଙ୍କୁ ଏହି ମ୍ୟାଚର ମ୍ୟାନ ଅଫ ଦି ମ୍ୟାଚ ପୁରସ୍କୃତ କରାଯାଇଛି ।

Get real time updates directly on you device, subscribe now.