fbpx

ଅନ୍‌ଲାଇନ୍‌ ଠକାମୀର ଶିକାର ହେଲେ ସନ୍ନି ଲିଓନ, ତାଙ୍କ ପ୍ୟାନ୍ କାର୍ଡ ବ୍ୟବହାର କରି ଟଙ୍କା ଉଠାଇନେଲେ ସାଇବର ଠକ

ମୁମ୍ବାଇ: ଅନ୍‌ଲାଇନ୍‌ ଠକାମୀର ଶିକାର ହେଲେ ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀ ସନ୍ନି ଲିଓନ । ତାଙ୍କର ପ୍ୟାନ୍‌ କାର୍ଡ ବ୍ୟବହାର କରି କେହି ଜଣେ ଋଣ ଉଠାଇଥିବା ଜଣାପଡିଛି । ଏଣୁ ତାଙ୍କ ସିବିଲ ସ୍କୋର ଖରାପ ହୋଇଯାଇଛି । ଏନେଇ ସେ ଟୁଇଟରରେ ସୂଚନା ଦେବା ସହ ଅଭିନେତ୍ରୀ ସନ୍ନି। ଏନେଇ ସେ ଅନ୍‌ଲାଇନ୍ ଆପ୍‌ ବିରୋଧରେ ଅଭିଯୋଗ କରିଥିଲେ । ତାଙ୍କ ଅଜଣାତରେ କେହି ପ୍ୟାନ୍‌ ନଂ ବ୍ୟବହାର କରି ଟଙ୍କା ଋଣ ନେଇଥିଲେ । ଏହାକୁ ସେ ଟୁଇଟ୍‌ କରି କହିଥିଲେ ଅଭିନେତ୍ରୀ ।

ଏସବୁ ପରେ ମାମଲା ବେଶ ଭାଇରାଲ ହୋଇଥିଲା । କିଛି ସମୟ ଏଭଳି ଚାଲିବା ପରେ ସନ୍ନି ନିଜେ ଟୁଇଟ୍‌ଟିକୁ ଡିଲିଟ୍‌ କରି ଦେଇଥିଲେ । ହେଲେ ତାଙ୍କର ଅଭିଯୋଗ ପାଇ କମ୍ପାନୀ ସମସ୍ୟାର ସମାଧାନ କରିଛନ୍ତି । ଏହାପରେ ସନ୍ନି ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

Get real time updates directly on you device, subscribe now.