fbpx

ମହିଳା YouTuberଙ୍କ ପ୍ରାଇଭେଟ୍ ଭିଡ଼ିଓ ଲିକ୍, ଏବେ ଦେଶ ଛାଡ଼ି…

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡର ଆଡଲ୍ଟ ଫିଲ୍ମ ଅଭିନେତ୍ରୀ ଏରିସା କ୍ୱାଙ୍ଗ ହୋମଗ୍ରନଙ୍କ ଏକ ସେକ୍ସ ଟେପ୍ ଲିକ୍ ହେବା ପରେ ସେ ଦେଶ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି । ସେ ବର୍ତ୍ତମାନ ନେଦରଲ୍ୟାଣ୍ଡରେ ଆଶ୍ରୟ ନେଇଛନ୍ତି । ଏରିସାଙ୍କ ସମ୍ପର୍କୀୟମାନେ କହିଛନ୍ତି ଯେ, ତାଙ୍କର ଦେଶ ଫେରିବାର କୌଣସି ଯୋଜନା ନାହିଁ । ଥାଇଲ୍ୟାଣ୍ଡ ପୋଲିସ ଏହି ଘଟଣା ସମ୍ପର୍କରେ ତଦନ୍ତ କରୁଛି । ଏବେ ପ୍ରମାଣ ଖୋଜାଚାଲିଥିବା ବେଳେ ଏରିସାଙ୍କ ଉପରେ ବି କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି କୁହାଯାଉଛି । କାରଣ ଥାଇଲ୍ୟାଣ୍ଡରେ ଅଶ୍ଲୀଳ ଭିଡ଼ିଓକୁ ନେଇ କଡ଼ା ନିୟମ ରହିଛି ।

ରିପୋର୍ଟ ଅନୁସାରେ, ଥାଇଲ୍ୟାଣ୍ଡର ୨୬ ବର୍ଷୀୟା ଏରିସା କିଛି ସମୟ ପୂର୍ବରୁ ଏକ ପ୍ରସିଦ୍ଧ YouTuber ଭାବେ ପରିଚିତ ଥିଲେ । କିନ୍ତୁ ୱେବସାଇଟରେ ଏକ ସେକ୍ସ ଟେପ୍ ଲିକ୍ ହେବା ପରେ ତାଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଘଟଣାକୁ ନେଇ ସ୍ଥାନୀୟ ଗଣମାଧ୍ୟମ ଓ ପୋଲିସ ତାଙ୍କ ପଛରେ ପଡିଗଲା । ଲଜ୍ଜାର ଶିକାର ହେବାରୁ ଏରିସା ନିକଟରେ ଦେଶ ଛାଡ଼ିଛନ୍ତି । ସେ ଆଉ କେବେ ବି ଥାଇଲ୍ୟାଣ୍ଡ ଫେରିବେନେି ବୋଲି ତାଙ୍କ ସମ୍ପର୍କୀୟମାନେ କହିଛନ୍ତି ।

 

View this post on Instagram

 

A post shared by Deerlong (@arisahomgroon)

Get real time updates directly on you device, subscribe now.