fbpx

ଓଡ଼ିଶାରେ ପ୍ରଥମ: ହୀରାକୁଦରେ ଆରମ୍ଭ ହେବାକୁ ଯାଉଛି କ୍ରୁଜ୍ ବୋଟିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହୀରାକୁଦକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏକ ଖୁସି ଖବର । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହେବାକୁ ଯାଉଛି କ୍ରୁଜ୍ ବୋଟିଂ ସେବା । ଏନେଇ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଆସନ୍ତା ଦୁଇଦିନ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ଦାୟିତ୍ୱ ଏକ ଘରୋଇ ସଂସ୍ଥାକୁ ଦିଆଯାଇଛି ।

ତେବେ ଏହି କ୍ରୁଜରେ ଏକାସାଙ୍ଗରେ ୪୦ ଜଣ ଯାତ୍ରୀ ବସିବାର ବ୍ୟବସ୍ଥା ରହିଛି । ଏହାଛଡ଼ା କ୍ରୁଜ ଭିତରେ ଚା’, ଜଳଖିଆ, ଆଦିର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି କ୍ରୁଜ୍ ବୋଟିଂ ବ୍ୟବସ୍ଥା ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ନଥିବା ବେଳେ ହୀରାକୁଦ ଜଳଭଣ୍ଡାରରେ ପ୍ରଥମ ଥର ପାଇଁ ଏହା ଆରମ୍ଭ ହେବାକୁ ଯାଉଛି । ତେବେ କ୍ରଜରେ ବୁଲିବାକୁ ହେଲେ ଜଣେ ପର୍ଯ୍ୟଟକଙ୍କୁ ୪ ଶହ ଟଙ୍କା ସହ ଚା’, ଜଳଖିଆ ପାଇଁ ଅତିରିକ୍ତ ଖର୍ଚ୍ଚ କରିବାକୁ ପଡ଼ିବ । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ପଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.