fbpx

ପବନ କଲ୍ୟାଣଙ୍କୁ ଧକ୍କା ଦେଲେ କ୍ରେଜି ଫ୍ୟାନ: ତଳେ ପଡିଗଲେ ସାଉଥର ଏହି ସୁପରଷ୍ଟାର, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଚେନ୍ନାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ପବନ କଲ୍ୟାଣଙ୍କ ସହ ଘଟିଯାଇଛି ଏକ ଅଘଟଣ । ଏକ ନିର୍ବାଚନୀ ପ୍ରଚାରରେ ଯାଉଥିବା ସମୟରେଏଭଳି ଏକ ଘଟଣାର ଶିକାର ହୋଇଛନ୍ତି ପବନ । ସ୍ଥାନୀୟ ନରସୁପୂରମରେ ପ୍ରଚାର ସମୟରେ ପ୍ରଶଂସକମାନଙ୍କ ପାଇଁ ସେ ଗାଡି ବାହାରକୁ ଆସିଥିଲେ । ଏହି ସମୟରେ ଜଣେ ଫ୍ୟାନ ତାଙ୍କ ଆଡକୁ ଧାଇଁ ଆସିଥିଲେ ଏବଂ ପବନଙ୍କ ସହିତ ବାଡେଇ ହୋଇ ଯାଇଥିଲେ । ତେବେ ସେଇଠି ଗାଡି ଉପରେ ହିଁ ଖସି ପଡିଥିଲେ ପବନ କଲ୍ୟାଣ । ତେବେ ଏହାଦ୍ୱାରା ତାଙ୍କୁ କୌଣସି ଅଘାତ ଲାଗି ନଥିବା ସ୍ପଷ୍ଟ ହୋଇଛି ।

ଏହି ଘଟଣାର ଦୃଶ୍ୟ ଏବେ ସାରା ସୋଶଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ପ୍ରଶଂସକକୁ ଟ୍ରୋଲ କରିବାରେ ଲାଗି ପଡିଛନ୍ତି । ଫ୍ୟାନ୍ସମାନଙ୍କ ସହ ମିଶିବା ପାଇଁ ଗାଡି ଛାତ ଉପରକୁ ଆସିଥିଲେ ପବନ କଲ୍ୟାଣ । ଠିକ ଏହି ସମୟରେ ଜଣେ ପ୍ରଶଂସକ ତାଙ୍କ ନିକଟକୁ ମାଡି ଆସିଥିଲେ ଏବଂ ପବନ କଲ୍ୟାଣଙ୍କ ସହିତ ତାଙ୍କର ଧକ୍କା ହୋଇତଇଲା । ଫଳରେ ପବନ କଲ୍ୟାଣ ସେହି ଗାଡିର ଛାତ ଉପରେ ହିଁ ପଡି ଯାଇଥିଲେ । ତେବେ ଏହି ଘଟଣାରେ କେହି ଆହତ ହୋଇ ନଥିବା ଜଣାଯାଇଛି । ଏହି ଧକ୍କାରେ ଯଦି ପବନ କଲ୍ୟାଣ ଗାଡି ଭିତରେ କିମ୍ବା ତଳେ ପଡି ଯାଇଥାନ୍ତେ ତେବେ ସମସ୍ୟା ଗୁରୁତର ହୋଇଥାନ୍ତା । ତେବେ ପବନ କଲ୍ୟାଣଙ୍କ ଭାଗ୍ୟ ଭଲ ଯୋଗୁଁ ସେ ଏକ ବଡ ଦୁର୍ଘଟରାରୁ ରକ୍ଷା ପାଇଗଲେ ।

Get real time updates directly on you device, subscribe now.