fbpx

Daiwa ଲଞ୍ଚ୍ କଲା ଦମଦାର୍ ସ୍ମାର୍ଟଟିଭି, ଟିଭି ସହ ମିଳୁଛି ୨୫ ହଜାର ଫିଲ୍ମ ଫ୍ରୀ; କମ୍ ଦାମରେ ଏକରୁ ଅଧିକ ଫିଚର୍ସ ଉପଲବ୍ଧ

ନୂଆଦିଲ୍ଲୀ: ଭାରତର କନଜ୍ୟୁମର୍ ଇଲୋକ୍ଟ୍ରୋନିକ୍ସ ବ୍ରାଣ୍ଡ୍ Daiwa ଦମଦାର୍ ସ୍ମାର୍ଟଟିଭି ବଜାରକୁ ଆଣିଛି । କ୍ଲାଉଡ୍ ଟିଭି ଦ୍ୱାରା ସଞ୍ଚାଳିତ ୩୨ ଇଞ୍ଚ୍(D32SM9) ଏବଂ ୩୯ ଇଞ୍ଚ(D40HDR9L)ଏଚଡି ରେଡି ସ୍ମାର୍ଟଟିଭି ଲଞ୍ଚ୍ କରିଛି ଡାଇୱା । ଏହି ସ୍ମାର୍ଟଟିଭିରେ ଅନେକ ଖାସ୍ ଫିଚର୍ ରହିଛି । ଲୋକଙ୍କୁ ଏହାର ଡିଜାଇନ୍ ଖୁବ୍ ପସନ୍ଦ ଆସିବ । ଉପରୋକ୍ତ ଦୁଇ ଭାରିଆଣ୍ଟ୍ ବ୍ୟତୀତ ଆଉ ଦୁଇଟି ଭାରିଆଣ୍ଟ୍ ବି ରହିଛି । ସେଗୁଡ଼ିକ ହେଉଛି D32SM9A ଏବଂ D40HDR9LA । ଏହି ଦୁଇ ଟିଭି ମଧ୍ୟ ଭଏସ୍ ଆସିଣ୍ଟାଣ୍ଟ୍ ଳଦ୍ୱାରା ପ୍ରସ୍ତୁତ ।

କମ୍ ଦାମ୍ ରେ ଗ୍ରାହକ ମାନେ ଏହାକୁ ଘରକୁ ନେଇ ଯାଇପାରିବେ । ଲଞ୍ଚ୍ ହୋଇଥିବା ଦୁଇଟି ୩୨ ଇଞ୍ଚ ସ୍ମାର୍ଟଟିଭିର ମୂଲ୍ୟ ୧୧,୯୯୦ ଟଙ୍କା ଓ ୧୨,୪୯୦ ଟଙ୍କା ରହିଛି । ସେହିପରି ଅନ୍ୟ ଦୁଇ ୩୯ ଇଞ୍ଚ୍ ସ୍ମାର୍ଟଟିଭିର ମୂଲ୍ୟ ୧୭,୯୯୦ ଏବଂ ୧୮,୪୯୦ ରହିଛି । ଦୁଇଟି ଯାକ ଭାରିଆଣ୍ଟ୍ ରେ ୧ ବର୍ଷର ୱାରେଣ୍ଟି ରହିଛି । ଟିଭିକୁ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ www.daiwa.in ରୁ ବି କିଣାଯାଇପାରିବ ।

ୟୁଜର୍ ଏକ୍ସପିରିଏନ୍ସକୁ ବଢ଼ାଇବା ପାଇଁ ଏଚଡି ରେଡି ସ୍ମାର୍ଟଟିଭି ନିଜର ସେଲ୍ଫ ଫ୍ରେଣ୍ଡଲୀ ୟୁଆଇ- “ଦ ବିଗବଲ୍” ସହିତ ଆସିଛି । ଏହାଛଡ଼ା ଏହି ଟିଭି ଆପ୍, ଗ୍ଲୋବାଲ୍ କଣ୍ଟେଣ୍ଟ୍ ଓ ଆହୁରି ବହୁତ କିଛି ପ୍ରଦାନ କରୁଛି । ୟୁଆଇ ପ୍ରିମିୟମ୍ କଣ୍ଟେଣ୍ଟ୍ ର ଲାଇବ୍ରେରୀ ମାଧ୍ୟମରେ ନେଭିଗେଟ୍ କରେ । ଯାହା ଫଳରେ ୟୁଜର୍ସଙ୍କୁ ଅନେକ ଭାଷା ଓ କାଟାଗୋରୀର ୨୫୦୦୦+ ମାଗଣା ଫିଲ୍ମ ଓ ମୁଭି ବକ୍ସ ଆପ୍ ସାମିଲ ମିଳିବ । ଏହାସହ ଆପଣଙ୍କୁ ଲାଟେଷ୍ଟ୍ ତଥା ଟ୍ରେଣ୍ଡିଂ କଣ୍ଟେଣ୍ଟ୍ ବି ମିଳିବ ।

ଏହି ସ୍ମାର୍ଟଟିଭିରେ ଡିଜନୀ+ ହଟଷ୍ଟାର୍, Zee5, SonyLiv, Sun NXT ଆଦି ଅନେକ ଲୋକପ୍ରିୟ ସ୍ଟ୍ରିମିଂ ଆପ୍ ମିଳିବ । ୟୁଜର୍ସ ଏକ୍ସପିରିଏନ୍ସକୁ ଆଖି ଆଗରେ ରଖି ଏଥିରେ Amazon Prime Video  ଆପ୍ ବି ରହିବ । ଏହା ବ୍ୟତୀତ ନେଟଫ୍ଲିକ୍ସ, ୟୁଟ୍ୟୁବ୍ ଓ ଅନ୍ୟ ସେବା ବି ପ୍ରଦାନ କରିବ ଡାଇୱା ସ୍ମାର୍ଟଟିଭି ।

Get real time updates directly on you device, subscribe now.