fbpx

OSSC ଜୁନିୟର ଆସିଷ୍ଟାଣ୍ଟ ୨୦୨୨: ପରୀକ୍ଷା ପାଇଁ ଜାରି ହେଲା ଆଡମିଟ କାର୍ଡ, ଏମିତି କରନ୍ତୁ ଡାଉନଲୋଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ(OSSC) ଜୁନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ ପରୀକ୍ଷା ଆଡମିଟ କାର୍ଡ ଜାରି କରାଯାଇଛି । ଆଶାୟୀ OSSCର ଅଫିସିଆଲ ୱେବସାଇଟ ossc.gov.in କୁ ଯାଇ ପରୀକ୍ଷା ପାଇଁ ଆଡମିଟ ଡାଉନଲୋଡ କରିପାରିବେ । ୨୫ ଫେବୃଆରୀ ୨୦୨୨ ରେ ପରୀକ୍ଷା ହେବ । ଜୁନିୟର ଆସିଷ୍ଟାଣ୍ଟ ପଦରେ ନିଯୁକ୍ତି ପାଇଁ କମ୍ପ୍ୟୁଟର ବେସ୍ଡ ପରୀକ୍ଷା କରାଯିବ । ୫୦ ମାର୍କର ପରୀକ୍ଷା କରାଯିବ । ପାସ୍ ହେବା ପାଇଁ ଆଶାୟୀଙ୍କୁ ୩୦ ନମ୍ବର ଆଣିବାକୁ ହେବ ।

ଏମିତି କରନ୍ତୁ ଆଡମିଟ୍ କାର୍ଡ ଡାଉନଲୋଡ:

  • ପ୍ରଥମେ ଆଶାୟୀ  ଅଫିସିଆଲ ୱେବସାଇଟ ossc.gov.in କୁ ଯାଆନ୍ତୁ
  • ଏହା ପରେ ହୋମ ପେଜରେ ହିଁ Download Admission Letter to appear Computer Skill Test for recruitment to the post of Junior Assistants under GA & PG (Rent) Department & OSSC-2019 to be held on 25.02.2022 ଦିଆଯାଇଥିବା  ଲିଙ୍କ ଉପରେ କ୍ଲିକ କରନ୍ତୁ
  • ରେଜିଷ୍ଟ୍ରେସନ ନମ୍ବର ଏବଂ ଡେଟ ଅଫ୍ ବାର୍ଥ ଏଣ୍ଟ୍ରୀ କରନ୍ତୁ
  • ଆଡମିଟ କାର୍ଡ ଆପଣଙ୍କ ସ୍କ୍ରିନରେ ଆସିଯିବ
  • ଏବେ ଏହାକୁ ଡାଉନଲୋଡ କରନ୍ତୁ

 

 

Get real time updates directly on you device, subscribe now.