fbpx

ଓଟିଟି ମାଧ୍ୟମରେ ଡେବ୍ୟୁ କରିବାକୁ ଯାଉଛନ୍ତି ଶାହାରୁଖଙ୍କ ଝିଅ: ନିର୍ଦ୍ଦେଶନା ଦେଉଛନ୍ତି ଜୋୟା ଅଖତର

ମୁମ୍ବାଇ: ଓଟିଟି ମାଧ୍ୟମରେ ସିନେମା ଜଗତରେ ଏଣ୍ଟୀ କରିବାକୁ ଯାଉଛନ୍ତି ବଲିଉଡ ଅଭିନେତା ତଥା ସୁପରଷ୍ଟାର ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ । ସୁହାନା ନେଟଫ୍ଲିକ୍ସରେ ଆସିବାକୁ ଥିବା ଏକ ଫିଲ୍ମ ମାଧ୍ୟମରେ କରିବାକୁ ଯାଉଛନ୍ତି ଡେବ୍ୟୁ । ନେଟଫ୍ଲିକ୍ସର ଆଗାମୀ ଫିଲ୍ମ ‘ଦି ଆର୍ଚିସ୍’ ରେ ଡେବ୍ୟୁ କରଛନ୍ତି ସୁହାନା । ଏହି ଫିଲ୍ମକୁ ଲୋକପ୍ରିୟ ନିର୍ଦ୍ଦେଶକ ଜୋୟା ଅଖତର ନିର୍ଦ୍ଦେଶନା କରୁଛନ୍ତି ।

ଗତ ବର୍ଷ ନଭେମ୍ବରରେ ଏନେଇ ଘୋଷଣା କରାଯାଇଥିଲା । ଏହି ଅବସରରେ ଜୋୟା କହିଥିଲେ ଯେ ସେ ଏହି ଫିଲ୍ମକୁ ନେଇ ଉତ୍ସାହିତ ଅଛନ୍ତି । ଏହା ମୋ ପିଲାଦିନ ସମୟରେ ଏକ ଅନୁଭୂତି । ଏହାର ଚିରିତ୍ରମାନେ ଲୋକପ୍ରିୟ ଖୁବ୍ ଲୋକପ୍ରିୟ । ବର୍ତ୍ତମାନ ଫିଲ୍ମର ମେକର ସୁହାନାଙ୍କ ଭି ଲୁକ ଏହି ଫିଲ୍ମରେ ସୁହାନାଙ୍କୁ ୱେଷ୍ଟର୍ଣ୍ଣ ଲୁକ୍ ସହ ଭାରତୀୟ ଲୁକରେ ମଧ୍ୟ ଦେଖିବାକୁ ମିଳିବ ।

Get real time updates directly on you device, subscribe now.