fbpx

ମାଇସନ୍ ୮ ଡିଗ୍ରୀ ତାପମାତ୍ରାର ବରଫ ହ୍ରଦରେ ବୁଡ଼ ପକାଇଲେ ବିଦ୍ୟୁତ୍, ଭିଡିଓ ଦେଖି ଚମକିଯିବେ

ନୂଆଦିଲ୍ଲୀ: ଥଣ୍ଡା ଦିନରେ ପାରଦ ୧୦ ଡ୍ରିଗୀ ତଳକୁ ଖସି ଆସିଲେ ଚଳିବା ମୁସ୍କିଲ୍ ହୋଇପଡ଼େ । ଆଉ ଯଦି ପାରଦ ମାଇସନ୍ ରେ ପହଞ୍ଚିଯାଏ ତାହେଲେ ବରଫ ଜମିବାକୁ ଲାଗେ । ହେଲେ ବଲିଉଡ୍ ର ଏହି ଷ୍ଟାର୍ ଥଣ୍ଡାକୁ ଆଦୌ ଭୟ କରନ୍ତି ନାହିଁ । ଆମେ କହୁଛୁ ବଲିଉଡ୍ ଅଭିନେତା ବିଦ୍ୟୁତ୍ ଜମ୍ବାଲ୍ ଭ୍କ ବିଷୟରେ । ସେ ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର୍ କରିଛନ୍ତି । ଯାହା ଏବେ ଲୋକଙ୍କୁ ଚକିତ କରିଛି ।

ସେ ମାଇସନ୍ ୮ ଡିଗ୍ରୀ ତାପମାତ୍ରାରେ ବରଫ ହ୍ରଦରେ ବୁଡ଼ ପକାଇ ଆଶ୍ଚର୍ଯ୍ୟ କରାଇଛନ୍ତି । ବିଦ୍ୟୁତ୍ ବରଫ ଭାସୁଥିବା ଏକ ହ୍ରଦରେ ବିନା ସାର୍ଟରେ ବୁଡ଼ ପକାଇ ଚର୍ଚ୍ଚାକୁ ଆସିଛନ୍ତି । ଭିଡିଓରେ ଥିବା ହ୍ରଦକୁ ଦେଖିଲେ ଆପଣ ମାନେ ଜାଣିଯିବେ ପାଣି କେତେ ଥଣ୍ଡା ଥିବ । ବରଫର ଏକ ମୋଟା ପରସ୍ତ ହ୍ରଦରେ ଭାସୁଥିବା ଦେଖିବାକୁ ମିଳିଛି । ରକ୍ତ ଜମିବା ପରି ପାଣିରେ ବିଦ୍ୟୁତ୍ ଏପରି ଭାବରେ ବିନା ସାର୍ଟରେ ବୁଡ଼ ପକାଇଥିବା ଦେଖିବାକୁ ମିଳିଛି ।

 

View this post on Instagram

 

A post shared by Vidyut Jammwal (@mevidyutjammwal)

ଭିଡିଓରେ ବିଦ୍ୟୁତ୍ ବରଫ ପାଣିକୁ ଯାଉଥିବା ସମୟରେ କହିଛନ୍ତି ଯେ, କାଲି ଓ ତା ପୂର୍ବ ଦିନ ବରଫପାତ ହୋଇଥିଲା । ତେଣୁ କାଲି ଆସିବା ମୁସ୍କିଲ୍ ଥିଲା । ତେଣୁ ଆଜି ମୁଁ ଏଠାକୁ ଆସିବା ପାଇଁ ଭାବିଲି । ତାପମାତ୍ରା ମାଇସନ୍ ୮ ଡିଗ୍ରୀ ରହିଛି । ଭିଡିଓ ସହିତ ଲେଖିଛନ୍ତି ଯେ, “ଯଦି କେହି କହୁଛି ଏହା ମୁସ୍କିଲ୍! ତାହେଲେ ଏହି ଚିନ୍ତା ଏଥିପାଇଁ ଆସୁଛି ଯେ, ଆପର କେବେ ବି ଏହାର ଅନୁଭବ କରିନାହାନ୍ତି । କରନ୍ତୁ ଏହାକୁ ଓ ସବୁ ବାଧାକୁ ଭାଙ୍ଗନ୍ତୁ” ।

Get real time updates directly on you device, subscribe now.