ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଆଜି ହେଉଛଉି ଚତୁର୍ଥ ଦିନ । ୟୁକ୍ରେନର ଅନେକ ସହର ଏବେ ରୁଷ କବଜା କରିସାରିଛି । କିନ୍ତୁ ୟୁକ୍ରେନ ସାହାସିକତାର ସହିତ ମୁଣ୍ଡ ନ ନୁଆଁଇ ଯୁଦ୍ଧ ଜାରି ରଖିଛି । ଗୋଟେ ସାମରିକ ଯୁଦ୍ଧ ଚାଲିଥିବା ବେଳେ ଅନ୍ୟ ପଟେ ସାଇବର୍ ଦୁନିଆରେ ବି ୱର୍ ଦେଖିବାକୁ ମିଳିଛି । ଏହା ଭିତରେ ୟୁକ୍ରେନର ଅନେକ ଜରୁରୀ ୱେବସାଇଟ୍ ହ୍ୟାକ୍ କରାଯାଇଥିଲା । ଏହି ହ୍ୟାକିଂ ଅଭିଯୋଗ ରୁଷ ଉପରେ ଲାଗିଥିଲା । ହେଲେ ଏବେ ରୁଷ ନିଜେ ହ୍ୟାକିଂର ଶିକାର ହୋଇଛି ।
Russian TV has been hacked. Every channel now displaying the Ukrainian national flag and anthem pic.twitter.com/E8yaAibFCE
— The American Centrist (@USCentrist) February 26, 2022
ସୂଚନା ମୁତାବକ, ରୁଷର ଅନେକ ପ୍ରମୁଖ ଟିଭି ଚ୍ୟାନେଲ୍ ଓ ଏକାଧିକ ମିଡିଆ ରେଗୁଲେଟର୍ ପେଜ୍ କୁ ହ୍ୟାକ୍ କରିଦିଆଯାଇଛି । ତେବେ ଏହି ହ୍ୟାକିଂ ରେ ଟିଭି ଚ୍ୟାନେଲ୍ ଗୁଡ଼ିକରେ କିଛି ସମୟ ପାଇଁ ୟୁକ୍ରେନର ଜାତୀୟ ଗୀତ ବାଜିବାକୁ ଲାଗିଥିଲା । ଏହାର ସୂଚନା ନିଜେ ୟୁକ୍ରେନର ଏକ ଟେଲିକମ୍ ଏଜେନ୍ସି ଦେଇଛି । ହେଲେ ରୁଷ ପଟରୁ ହ୍ୟାକ୍ ନେଇ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ ।
Russian state websites including media watchdog crash and TV channels 'are hacked to broadcast Ukrainian songs' https://t.co/lNozXqqNdB
— Daily Mail Online (@MailOnline) February 26, 2022
ତେବେ ରୁଷ ଟେଲିଭିଜନ୍ ମାନଙ୍କରେ କେବଳ ୟୁକ୍ରେନ ଗୀତ ବାଜୁନଥିଲା ବରଂ ସମୟ ସମୟରେ ୟୁକ୍ରେନ ପତାକା ବି ଦେଖିବାକୁ ମିଳିଛି । ଏପରି ସ୍ଥଳେ ୟୁକ୍ରେନର ପ୍ରତିଶୋଧ ପୂରା ହୋଇଛି ବୋଲି କହିପାରିବା । ତେବେ ଏହି କଥା ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ସବୁଆଡୁ ୟୂଜର୍ସଙ୍କ ପ୍ରତିକ୍ରିୟା ଆସିବାରେ ଲାଗିଛି । କିଏ ରୁଷର ମଜାକ୍ ଉଡାଉଥିବା ବେଳେ ୟୁକ୍ରେନକୁ ଚାଲାକ୍ ବୋଲି ଦର୍ଶାଉଛି ।