ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ଦେଖାଯାଇଛି କିପରି ୟୁକ୍ରେନର ନାଗରିକମାନେ ସେନାବାହିନୀରେ ଯୋଗ ଦେଇଛନ୍ତି । ବିଭିନ୍ନ ପ୍ରକାର ବୃତ୍ତିରେ ରହିଥିବା ୟୁକ୍ରେନୀୟମାନେ ଏଭଳି ଘଡ଼ିସନ୍ଧି ମୁହୁର୍ତ୍ତରେ ଦେଶପାଇଁ ନିଜ ଜୀବନ ଉତ୍ସର୍ଗ କରିଛନ୍ତି । ସେ ଡ଼ାକ୍ତର ହୁଅନ୍ତୁ କି ଇଞ୍ଜିନିୟର ଶିକ୍ଷକ ହୁଅନ୍ତୁ କି ଛାତ୍ର । ୟୁକ୍ରେନରେ ଯେ କେହି ଜନ୍ମ ନିଅନ୍ତି ସମସ୍ତେ ଜାଣନ୍ତି ଯୁଦ୍ଧ କେମିତି କରିବାକୁ ହୁଏ । କାରଣ କେତେବେଳେ କୌଣସି ମୁହୂର୍ତ୍ତରେ ବି ୟୁକ୍ରେନ ସହ ଯୁଦ୍ଧ ହୋଇପାରେ ବୋଲି ପିିଲାଟି ବେଳରୁ ହିଁ ସମସ୍ତ ୟୁକ୍ରେନୀୟ ନାଗରିକଙ୍କୁ ବୁଝାଇ ଦିଆଯାଇଥାଏ । ଆଉ ତାହା ଏବେ ୟୁକ୍ରେନର ପୁରୁଣା ବିଜ୍ଞାନ ଭିଡ଼ିଓରୁ ଜାଣିବାକୁ ମିଳିଛି ।
ଆଉ ଏବେ ଏହି ବିଜ୍ଞାପନର ଭିଡ଼ିଓଟି ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି ଆଡ଼୍ କୁ ଏବେ ମହିନ୍ଦ୍ରା କମ୍ପାନୀର ସିଇଓ ଆନନ୍ଦ ମହିନ୍ଦ୍ରା ମଧ୍ୟ ସେୟାର କରିଛନ୍ତି । ଏହି ଆଡ଼୍ ଟି ୨୦୧୪ ର ହୋଇଥିବା ବେଳେ ଏଥିରେ ସେନାରେ ଭର୍ତ୍ତି ହେବାକୁ ଏହି ବିଜ୍ଞାନ ଜରିଆରେ ୟୁକ୍ରେନ ପ୍ରୋତ୍ସାହିତ କରୁଥିବା ଦେଖାଯାଇଛି । ଆଉ ଆଜି ଯେତେବେଳେ ଋଷ ସହ ୟୁକ୍ରେନ ଲଢେଇ କରୁଛି ସେତେବେଳେ ଏହି ବିଜ୍ଞାନଟି ବାସ୍ତବ ରୂପ ନେଇଛି । ମିସ୍ ୟୁକ୍ରେନଙ୍କ ଠାରୁ ଆରମ୍ଭ କରି ୮୦ ବର୍ଷୀୟ ନାଗରିକ ବି ଏବେ ଅସ୍ତ୍ର ଉଠାଇଛନ୍ତି । ଏମିତିକି ଯଦି ୟୁକ୍ରେନ ପାଇଁ ଯୁଦ୍ଧ କରନ୍ତି ତେବେ ବନ୍ଦୀ ଥିବା ଦୋଷୀଙ୍କୁ ମଧ୍ୟ ୟୁକ୍ରେନ ମୁକ୍ତ କରି ଦେବାକୁ ରାଜି ଅଛି ବୋଲି ୟୁକ୍ରେନ କହିଥିବା ଜଣାପଡ଼ିଛି । ଦେଖନ୍ତୁ ଭିଡିଓ…