fbpx

ମା’ ଆମେ ସାଧାରଣ ଲୋକଙ୍କୁ ହତ୍ୟା କରୁଛୁ: ମୃତ୍ୟୁ ପୂର୍ବରୁ ମା’ ପାଇଁ ଯବାନଙ୍କ ଶେଷ ମେସେଜ୍, ଦେଖନ୍ତୁ Video

ନୂଆଦିଲ୍ଳୀ: ଋଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଚାଲିଛି । ଏହି ଯୁଦ୍ଧ କେତେଦିନ ଧରି ଚାଲିବ ଏବଂ ଏହାର ବୀଭିଷିକା କେତେ ଦିନ ରହିବ ତାହାକୁ ନେଇ ବିଶ୍ୱବାସୀଙ୍କ ମଧ୍ୟରେ ଭୟ ରହିଛି । ଏପରି ପରସ୍ଥିତିରେ ଜଣେ ଋଷୀୟ ଯବାନ ଏବଂ ତାଙ୍କ ମା’ଙ୍କ ମଧ୍ୟରେ ହୋଇଥିବା ଶେଷ ମେସେଜ ଭାଇରାଲ ହୋଇଛି । ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ୟୁକ୍ରେନର ରାଷ୍ଟ୍ରଦୂତ ଏହି ମେସେଜକୁ ପଢିଛନ୍ତି । ନିଜ ଶେଷ ମେସେଜରେ ଯବାନ ଜଣଙ୍କ ଯୁଦ୍ଧରେ ସାଧାରଣ ଲୋକଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।

ଶେଷ ମେସେଜରେ ମା’ ପଚାରିଛନ୍ତି ଏବେ ତୁ କେଉଁଠି । ଉତ୍ତରରେ ଯବାନ ଜଣଙ୍କ କହିଛନ୍ତି ଏବେ ଆଉ ଆମେ କ୍ରିମିଆରେ ନାହୁଁ ଟ୍ରେନିଂ ଶେଷ ହୋଇଛି ଆଉ ଏବେ ୟୁକ୍ରେନରେ ଆମେ ଯୁଦ୍ଧ ଲଢୁଛୁ । ତେବେ ୟୁକ୍ରେନକୁ ଋଷିଆରେ ସାମିଲ କରିବା ପାଇଁ ହୋଇଥିବା ଏହି ଲଢେଇରେ ୟୁକ୍ରେନ ବାସୀ ବଳି ପଡୁଛନ୍ତି । କେଉଁଠି ସାଧାରଣ ଜନତାଙ୍କ ଉପରେ ଆମେ ଟ୍ୟାଙ୍କ ଚଢାଇ ଦେଉଛୁ ତ କେଉଁଠି ସାଧାରଣ ଲୋକଙ୍କୁ ଗୁଳି ମାରିବାକୁ ପଡୁଛି । ଏପରିକି ୟୁକ୍ରେନ ବାସୀ ଆମକୁ ଫାସିଷ୍ଟ ବୋଲି କହିଛନ୍ତି । ମୃତ୍ୟୁ ପୂର୍ବରୁ ନିଜ ମାଙ୍କ ଉଦ୍ଦେଶ୍ୟରେ ଏହା ଥିଲା ଯବାନଙ୍କ ଅନ୍ତିମ ମେସେଜେ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.