fbpx

ରୁଷ ପାଇଁ ବାୟୁସୀମା ବନ୍ଦ କଲା ଆମେରିକା: ରାଷ୍ଟ୍ରପତି ବାଇଡେନ ଦେଲେ ଖୋଲା ଧମକ, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରଖିଛି । ଏହାରି ମଧ୍ୟରେ ରୁଷିଆ ପାଇଁ ନିଜ ସୀମା ବନ୍ଦ କରିଛି ଆମେରିକା । ଦେଶ ଉଦ୍ଦେଶ୍ୟରେ ଅଭିଭାଷଣରେ ରାଷ୍ଟ୍ରପତି ଜୋ ବାଇଡେନ ଏହି ଘୋଷଣା କରିଛନ୍ତି । ଏହା ସହ ରୁଷିଆକୁ ମିଳୁଥିବା ବୈଷୟିକ ଜ୍ଞାନକୌଶଳ ବନ୍ଦ କରିବାକୁ ଘୋଷଣା କରାଯାଇଛି । ବାଇଡେନ କହିଛନ୍ତି ଯେ, ‘ନାଟୋର ଭୂଖଣ୍ଡ ସୁରକ୍ଷା ନେଇ ଆମେରିକା ଓ ସହଯୋଗୀ ଲଢ଼ିବେ । ୟୁକ୍ରେନବାସୀ ସାହସର ସହ ଲଢ଼େଇ କରୁଛନ୍ତି । ରୁଷିଆ ଯୁଦ୍ଧକ୍ଷେତ୍ରରେ କିଛି ଫାଇଦା ପାଇପାରେ, ମାତ୍ର ଦୀର୍ଘମିଆଦି ସୂତ୍ରରେ ବହୁମୂଲ୍ୟ ଦେବ । ୟୁକ୍ରେନବାସୀଙ୍କ ସହ ରହିଛି ଆମେରିକା ।’

ସହଯୋଗୀ ରାଷ୍ଟ୍ରଙ୍କ ସହ ମିଶି ରୁଷିଆ ପାଇଁ ବାୟୁସେନା ବନ୍ଦ କରିବୁ ବୋଲି ବାଇଡେନ କହିଛନ୍ତି । ଏହା ସହ ସେ କହିଛନ୍ତି ଯେ, ‘ପୁଟିନ୍ ଭୁଲ ପଦକ୍ଷେପ ନେଇଛନ୍ତି । ୟୁକ୍ରେନକୁ ଦୁର୍ବଳ ଭାବୁଛନ୍ତି ପୁଟିନ । ରୁଷର ମନଇଚ୍ଛା କାମକୁ ବରଦାସ୍ତ କରାଯିବନି । ଆକ୍ରମଣ ପାଇଁ ପୁଟିନଙ୍କୁ ବହୁମୂଲ୍ୟ ଦେବାକୁ ପଡିବ । ରୁଷ ଉପରେ ଆର୍ଥିକ କଟକଣା ଲଗାଇଛି ଆମେରିକା । ରୁଷର ଆର୍ଥିକ ସ୍ଥିତି ଭୁଶୁଡ଼ିଯାଇଛି । ୟୁକ୍ରେନକୁ ୧ ବିଲିୟନ ଡଲାର ସହାୟତା ଦେବ ଆମେରିକା ।’

Get real time updates directly on you device, subscribe now.