fbpx

ପୋଲିସ ବିଭାଗରେ ନିଯୁକ୍ତି ପାଇଁ ବଡ ସୁଯୋଗ: ଏହି ପଦ ପାଇଁ ଆବଦନ ଗ୍ରହଣ କରୁଛି ଏକ୍ସାଇଜ ଡିପାର୍ଟମେଣ୍ଟ

ଝାଡଖଣ୍ଡର ଏକ୍ସାଇଜ ଡିପାର୍ଟମେଣ୍ଟରେ କାମ କରିବାକୁ ଇଚ୍ଚୁକ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ ବିଜ୍ଞପ୍ତି । ଝାଡଖଣ୍ଡ ପୋଲିସ କନେଷ୍ଟବଳ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଝାଡଖଣ୍ଡର କର୍ମଚାରୀ ଚୟନ ଆୟୋଗ । ତେବ ଏଥିପାଇଁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଏହାର ଅଫିସିଆଲ ୱେବସାଇଟ jssc.nic.in ମାଧ୍ୟମରେ ଆବେଦନ କରିପାରିବେ । ତେବେ ଏଥିପାଇଁ ଆସନ୍ତା ୨୬ ମାର୍ଚ୍ଚକୁ ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି । ମୋଟ ୫୮୩ ପଦ ପାଇଁ ପ୍ରର୍ଥୀ ଚୟନ କରାଯିବ ।

ଆବେଦନ କରିବା ପାଇଁ ପ୍ରାର୍ଥୀ ଅନ୍ୟୁନ କୌଣସି ଏକ ମାନ୍ୟତାପ୍ରାପ୍ତ ବୋର୍ଡରୁ ମାଟ୍ରିକ ପାସ କରିବା ଜରୁରୀ ଅଟେ । ଏହାସହିତ ଜଣେ ପ୍ରାର୍ଥୀଙ୍କ ବୟସସୀମା ୧୮ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ତେବେ ଆବେଦନ ପାଇଁ ଏସ.ସି ଏବଂ ଏସ.ଟି ମାନଙ୍କୁ ୫୦ ଟଙ୍କା ଏବଂ ଅନ୍ୟମାନଙ୍କୁ ୧୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଫିଜିକାଲ ଏଣ୍ଡୁରେନ୍ସ ଟେଷ୍ଟ, ଲିକିତ ପରୀକ୍ଷା ଏବଂ ମେଡିକାଲ ଟେଷ୍ଟ ସହିତ ଚୟନ ପ୍ରକ୍ରିିୟା ଆଧାରରେ ପ୍ରାର୍ଥୀମାନଙ୍କୁ ଚୟନ କରାଯିବ ।

Get real time updates directly on you device, subscribe now.