ଅମୃତସର: ବାହାର ଦେଶରେ ଯୁଦ୍ଧ ଚାଲିଥିବା ବେଳେ ପଞ୍ଜାବର ଅମୃତସରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏକ BSF ଯବାନ କ୍ୟାମ୍ପରେ ଥିବା ଯବାନ ନିଜ ସାଥୀ ଯବାନ ଉପରକୁ ଆଖିବୁଜା ଗୁଳି କରିଥିଲେ, ଯାହାଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଘଟଣାରେ ଗୁଳି ଚଳାଇଥିବା BSF ଯବାନଙ୍କର ବି ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ତେବେ ଅମୃତସରର BSF କ୍ୟାମ୍ପରେ ବିଏସଏଫ ଯବାନମାନେ ଆଖିବୁଜା ଗୁଳି ଚଳାଇଥିଲେ । ଏହା ପରେ ଗୁଳି ବାଜି ଗୁରୁତର ଯବାନଙ୍କୁ ଗୁରୁ ନାନକ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ୬ ଜଣ ଯାବନଙ୍କୁ ଗୁଳି ଲାଗିଥିଲା, ସେମାନଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ହୋଇଛି ।
ଅନ୍ୟପଟେ BSF କ୍ୟାମ୍ପରେ ଗୁଳି ବିନିମୟର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଘଟଣାର ତଦନ୍ତ କରାଯାଉଛି । ଏହି ଘଟଣାକୁ ନେଇ BSF ପକ୍ଷରୁ ଏକ ପ୍ରେସ ରିଲିଜ୍ କରାଯାଇଛି । ମାମଲାର ଯାଞ୍ଚ ପାଇଁ କୋର୍ଟ ଅଫ୍ ଇନକ୍ୱାରୀକୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ଏହି ପ୍ରେସମିଟରେ କୁହାଯାଇଛି ।