fbpx

ଫଳାଫଳ ପୂର୍ବରୁ ଏହି ରାଜ୍ୟରେ ପରାଜୟ ସ୍ଵିକାର କଲା ବିଜେପି, ନେତା କହିଲେ- ୪ ରାଜ୍ୟରେ ଗଢିବୁ ସରକାର

ନୂଆଦିଲ୍ଲୀ: ଆଜି ଉତ୍ତର ପ୍ରଦେଶରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଜାରି ହେବ ଏକଜିଟ୍ ପୋଲ। ଏଥିରୁ ଅନୁମାନ କରାଯାଇ ପାରିବ ଯେ, କେଉଁ ରାଜ୍ୟରେ କାହାର ସରକାର ହେବାକୁ ଯାଉଛି। ଏହା ପୂର୍ବରୁ ଭାରତୀୟ ଜନତା ପାର୍ଟିର ମୁଖପାତ୍ର ଗୋପାଲ କୃଷ୍ଣ ଅଗ୍ରଓ୍ଵାଲ ସୋମବାର କହିଛନ୍ତି, ବିଜେପି ପାଞ୍ଚରୁ ଚାରି ରାଜ୍ୟରେ ସରକାର ଗଠନ କରିବାରେ ସଫଳ ହେବ। କେନ୍ଦ୍ର ଏବଂ ରାଜ୍ୟରେ ବିଜେପି ସରକାର ଯେମିତି ବିକାଶମୂଳକ କାମ କରିଛନ୍ତି, ଜନତା ତାର ପୁରସ୍କାର ପାର୍ଟିକୁ ଦେବେ। ବିଜେପି ପାଞ୍ଚଟିରୁ ଚାରୋଟି ରାଜ୍ୟରେ ସରକାର ଗଠନ କରିବ ଏବଂ ପଞ୍ଜାବରେ ଆମର ସ୍ଥିତିରେ ବହୁତ ସୁଧାର ଆସୁଥିବା କହିଛନ୍ତି ବିଜେପି ମୁଖପାତ୍ର ଅଗ୍ରଓ୍ଵାଲ।

ସେ କହିଛନ୍ତି, ବିଜେପି ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆରେ ସରକାର ଗଠନ କରିବ। ଉତ୍ତର ପ୍ରଦେଶ ବହୁତ ବଡ ରାଜ୍ୟ ଏବଂ ଏଠାରେ ଆର୍ଥିକ ବିକାଶର ଅନେକ ସୁଯୋଗ ରହିଛି। ମାତ୍ର ୨୦୧୭ ପୂର୍ବରୁ ରାଜ୍ୟ ଭ୍ରଷ୍ଟାଚାରୀଙ୍କ ହାତରେ ଥିଲା। ଏଠାରେ ଗୁଣ୍ଡାରାଜ ଚରମରେ ଥିଲା। ମାତ୍ର ବିଜେପି ସରକାର ଆସିବା ପରଠୁ ଏଥିରେ ପରିବର୍ତ୍ତନ ଆସିଛି।

ଅଗ୍ରଓ୍ଵାଲ କହିଛନ୍ତି, ମୁଁ ରାଜ୍ୟର ଅନେକ ବିଧାନସଭା କ୍ଷେତ୍ର ବୁଲି ସେଠାକାର ଲୋକଙ୍କ ବିଚାର ଜାଣିବାକୁ ଚେଷ୍ଟା କରିଛି। ଗୋରଖପୁର ଏବଂ କାଶୀ ମଧ୍ୟ ଗସ୍ତ କରିଛି। ମୋତେ ବିଶ୍ଵାସ ଯେ, ୟୁପିର ଜନତା ବିଜେପି ଉପରେ ପୁନର୍ବାର ଭରସା କରିବେ। ପାଞ୍ଚ ବର୍ଷର ବିଜେପି କାମକୁ ରାଜ୍ୟବାସୀ ପ୍ରଶଂସା କରୁଛନ୍ତି। ଆଇନ ବ୍ୟବସ୍ଥା କ୍ଷେତ୍ରରେ ୟୁପିରେ ବହୁତ ସୁଧାର ଆସିଛି। ଅରାଜକ ତତ୍ଵ ଆଜି ଜେଲରେ ଅଛନ୍ତି। ବର୍ତ୍ତମାନ ପୋଲିସକୁ ମଧ୍ୟ ଲୋକେ ସମ୍ମାନ କଲେଣି। ଏହା ପୂର୍ବରୁ ଜନତା ପୋଲିସକୁ ହୀନ ଦୃଷ୍ଟିରେ ଦେଖୁଥିଲେ ବୋଲି ବିଜେପି ମୁଖପାତ୍ର କହିଛନ୍ତି।

Get real time updates directly on you device, subscribe now.