fbpx

ମମିତା ମେହେର ହତ୍ୟା ମାମଲା: ପ୍ରଥମଥର ପାଇଁ କୋର୍ଟରେ ହାଜର ହେଲେ ଗୋବିନ୍ଦ, ରାଧେ

ବଲାଙ୍ଗିର(ଓଡ଼ିଶା ଭାସ୍କର): ବଲାଙ୍ଗିରର ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା ପୁଣି ଚର୍ଚ୍ଚାକୁ ଆସିଛି । ଏହି ମାମଲାରେ କଣ୍ଟାବାଂଜି ଏଡିଜେ କୋର୍ଟରେ ହାଜର ହୋଇଛନ୍ତି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ପ୍ରଥମ ଥର ପାଇଁ ଡ୍ରାଇଭର ରାଧେଶ୍ୟାମ ସହ ହାଜର ହୋଇଛନ୍ତି ଗୋବିନ୍ଦ ସାହୁ । ବଙ୍ଗୋମୁଣ୍ଠା ଜେଏମଏଫସି କୋର୍ଟରେ ଚାର୍ଜସିଟ୍ କମିଟମେଣ୍ଟ ପରେ ସେମାନେ ହାଜର ହୋଇଛନ୍ତି । ଆଜି ଚାର୍ଜ ଫ୍ରେମ ହେବା ପରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହେବ ।

ଉଲ୍ଲେଖଯୋଗ୍ୟ, ବଲାଙ୍ଗିର ସନସାଇନ ସ୍କୁଲ ଶିକ୍ଷୟିତ୍ରୀ ହତ୍ୟା ମାମଲା ସାମ୍ନାକୁ ଆସିବା ପରେ, ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁକୁ ପୋଲିସ ଗିରଫ କରିଥିଲା । ତେବେ ମମିତାଙ୍କ ଶବ ପୋଡ଼ିବାକୁ ବ୍ୟବହୃତ ଟାୟାର ଦେଇଥିଲେ ବିବେକ । ମମିତାଙ୍କୁ ହତ୍ୟା ପରେ ବିବେକଙ୍କୁ ଫୋନ୍ କରିଥିଲା ଗୋବିନ୍ଦ । ସେ ଗତ ୮ ତାରିଖ ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ରେ ଫୋନ୍ କରିଥିଲା । ଡ୍ରାଇଭର ରାଧେଶ୍ୟାମ ଚଣ୍ଡି ଯାଇ ୨ଟି ଟାୟାର ଆଣିବ ବୋଲି କହିଥିଲା । ଦିନ ପ୍ରାୟ ସାଢ଼େ ୩ଟାରେ ବିବେକଙ୍କଠାରୁ ଟାୟାର ଆଣିଥିଲା ରାଧେଶ୍ୟାମ ।

Get real time updates directly on you device, subscribe now.