fbpx

ଫେରିଲେ ଅକ୍ଷୟ: ବାଦ ବିବାଦକୁ ପଛରେ ପକାଇ କପିଲଙ୍କ ଶୋ’ରେ ଏଣ୍ଟ୍ରି ମାରିଲେ ବଚ୍ଚନ ପାଣ୍ଡେ, କହିଲେ ଧୋକେବାଜ

ନୂଆଦିଲ୍ଳୀ: ଖିଲାଡି ଷ୍ଟାର ଅକ୍ଷୟ କୁମାର ଏବଂ କପିଲ ଶର୍ମାଙ୍କ ଭିତରେ ଥିବା ବାଦ ବିବାଦରୁ ଆଜି ପରଦା ଉଠିଛି । ସବୁକୁ ଭୁଲି ନୂଆ ସିନେମା “ବଚ୍ଚନ ପାଣ୍ଡେ’ର ପ୍ରୋମୋସନ ପାଇଁ କମେଡି ଶୋ’ରେ ପହଞ୍ଚିଛନ୍ତି ହିରୋ ଅକ୍ଷୟ । କିନ୍ତୁ ଶୋ’ରେ ପହଞ୍ଚିବା ପରେ କପିଲଙ୍କୁ ସେ ଧୋକେବାଜ ବୋଲି କହିଛନ୍ତି । ତେବେ କାହିଁକି କପିଲଙ୍କୁ ଏମିତି କହିଲେ ଅକ୍ଷୟ କୁମାର ଆସନ୍ତୁ ଜାଣିବା ।

ନିକଟରେ ରିଲିଜ ହୋଇଛି “ବଚ୍ଚନ ପାଣ୍ଡେ’ର ନୂଆ ଗୀତ “ସାରେ ବୋଲୋ ବେବଫା’ । ଏହାରି ମଧ୍ୟରେ ଅକ୍ଷୟ କୁମାର ଏବଂ ଅନ୍ୟ ଷ୍ଟାର ଫିଲ୍ମର ପ୍ରୋମୋସନ ପାଇଁ କପିଲ ଶର୍ମା ଶୋ’ରେ ପହଞ୍ଚିଛନ୍ତି । ଶୋ’ ସେଟରୁ ଏକ ଭିଡିଓ ଏବେ ସାମନାକୁ ଆସିଛି । ଯେଉଁଥିରେ ଅକ୍ଷୟ ଏବଂ କପିଲ ବେବଫାର ମାନେ ବୁଝାଉଛନ୍ତି । ଭିଡିଓ ଆରମ୍ଭରୁ ଦେଖିବାକୁ ମିଳୁଛି ବେବଫାର ମାନେ କ’ଣ ହୋଇଥାଏ? ଏହାପରେ ଉଭୟ ଷ୍ଟାର ମଜାକିଆ ଅନ୍ଦାଜରେ ପରସ୍ପରଙ୍କୁ ଇଶାରା କରି ବେବଫା(ଧୋକେବାଜ) ବୋଲି କହୁଥିବାର ଭିଡିଓ ଏବେ ସୋଶଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

A post shared by Akshay Kumar (@akshaykumar)

ଏହାପରେ ଅକ୍ଷୟ ଏହି ଗୀତରେ ରିଲ୍ସ ବନେଇବା ପାଇଁ ଦର୍ଶକ ମାନଙ୍କୁ କହିଛନ୍ତି ଏବଂ ଶୋ’ ମାଧ୍ୟମରେ ନିଜ ଫିଲ୍ମ ଏବଂ ଗୀତର ପ୍ରେମୋସନ କରିଛନ୍ତି । ଭିଡିଓ ସହିତ ଅକ୍ଷୟ ଲେଖିଛନ୍ତି ଯେ, ବେବଫା ମାନେ ଧୋକେବାଜ, ସମସ୍ତଙ୍କ ଲାଇଫରେ ଥାଏ । ଏବେ ମୋ ଜୀବନରେ ବେବଫୋ ହେଉଛନ୍ତି କପିଲ ଶର୍ମା, ଆଉ ଆପଣଙ୍କର ?

Get real time updates directly on you device, subscribe now.