fbpx

ଶ୍ରମ କାର୍ଡରେ ଆସିଲା ପ୍ରଥମ କିସ୍ତିର ୧୦୦୦ ଟଙ୍କା: ଆପଣଙ୍କ ଆକାଉଣ୍ଟକୁ ଆସିଛି କି ନାହିଁ ଏମିତି କରନ୍ତୁ ଚେକ୍

ନୂଆଦିଲ୍ଳୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଶ୍ରମ କାର୍ଡ ଧାରକଙ୍କୁ ମିଳିଛି ଆର୍ଥିକ ସହାୟତା । ପ୍ରଥମ କିସ୍ତିରେ ଶ୍ରମ କାର୍ଡ ଧାରକଙ୍କ ପାଇଁ ୧୦୦୦ ଟଙ୍କାର ସହାୟତା ରାଶି ପଠାଯାଇଛି । ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ଏହି ଅର୍ଥରାଶି ଟ୍ରାନ୍ସଫର କରାଯାଇଛି । ଅଣ ସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ସମସ୍ତ ଶ୍ରମିକ ମାନଙ୍କୁ ଏହି ଧାରାରେ ସାମିଲ କରାଯିବ । ତେବେ କିଛି ଶ୍ରମିକଙ୍କ ଖାତାକୁ ଏହି ପଇସା ଆସି ନାହିଁ ।

ଏହି ଅର୍ଥ ରାଶି ଯଦି ଆକାଉଣ୍ଟକୁ ଆସିନାହିଁ ତାହେଲେ ଆପଣ ଯୋଗ୍ୟ କି ନାହିଁ ତାହା ଶ୍ରମିକ ୱେବସାଇଟ ଯାଇ ଚେକ କରି ନିଅନ୍ତୁ । ଏହି ଲିଙ୍କରେ କ୍ଲିକ୍ କରି ଆପଣ ନିଜର ଯୋଗ୍ୟତା ଚେକ୍ କରି ପାରିବେ ।

କେମିତି ଚେକ୍ କରିବେ: ଆସନ୍ତା ୨-୩ ଦିନ ମଧ୍ୟରେ ଏହି ଟଙ୍କା ଆକାଉଣ୍ଟକୁ ଆସିବ। https://eshram.gov.in/home ୱେବସାଇଟ ଜରିଆରେ ଆପଣ ଚେକ୍ କରି ପାରିବେ। ଦ୍ବିତୟତଃ ଆପଣଙ୍କ ରେଜିଷ୍ଟର ନମ୍ବରକୁ ମେସେଜ ଆସିବା ପରେ ଆପଣ ଉଠାଇ ପାରିବେ। ଅଥବା ଆପଣ ନିକଟସ୍ଥ ବ୍ୟାଙ୍କ ଯାଇ ମଧ୍ୟ ଚେକ୍ କରି ପାରିବେ।

Get real time updates directly on you device, subscribe now.