fbpx

ନନ୍ଦନକାନନରେ ବଣୁଆ ହାତୀଙ୍କ ଆତଙ୍କ, ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଲା ପ୍ରାଣୀଉଦ୍ୟାନ

ବାରଙ୍ଗ (ଭାସ୍କର ନ୍ୟୁଜ୍‌): ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଭିତରେ ବଣୁଆ ହାତୀ । ପାଚେରି ଭାଙ୍ଗି ଦୁଇଟି ବଣୁଆ ହାତୀ ଭିତରକୁ ପଶିବା ପରେ ଆତଙ୍କ ଖେଳିଯିବାରୁ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନକୁ ସାମୟିକ ବନ୍ଦ କରାଯାଇଛି । ଏନେଇ ନନ୍ଦନକାନନ ଗେଟ୍‌ରେ ଏକ ପୋଷ୍ଟର ଲଗାଯାଇଛି । ହାତୀ ଦୁଇଟି ବର୍ତମାନ ନନ୍ଦନକାନନ ଅଭୟାରଣ୍ୟ ଭିତରେ ଥିବାରୁ ପର୍ଯ୍ୟଟକଙ୍କୁ ଛଡାଯାଉନି । ବହୁ ଦୂର ଦୂରାନ୍ତରୁ ନନ୍ଦନକାନନ ବୁଲିବାକୁ ଆସିଥିବା ପର୍ଯ୍ୟଟକମାନେ ନିରାଶ ଫେରି ଯାଉଛନ୍ତି ।

ମିଳିଥିବା ସୂଚନା ମୁତାବକ ଗତକାଲି ରାତିରେ ଦାରୁଠେଙ୍ଗ ଦେଇ ପାଚେରୀ ଭାଙ୍ଗି ହାତୀ ଦୁଇଟି ନନ୍ଦନକାନନକୁ ଆସିଛନ୍ତି । ଏବେ ଜିରାଫ ଖୁଆଡ ପାଖରେ ଦୁଇ ଦନ୍ତା ରହିଥିବାବେଳେ ହାତୀକୁ ଘଉଡାଇବା ଉଦ୍ୟମ ସାମୟିକ ବନ୍ଦ ରହିଛି । ଦିନବେଳେ ଘଉଡାଇଲେ ଅନ୍ୟ ଖୁଆଡ ଭାଙ୍ଗିବା ଆଶଙ୍କା ଥିବାରୁ ଘଉଡାଇବା କାର୍ଯ୍ୟ ବନ୍ଦ କରାଯାଇଛି । ଚନ୍ଦକା ଏବଂ ନନ୍ଦନକାନନର ଦୁଇଟି ଟିମ୍‌ ହାତୀ ଉପରେ ନଜର ରଖିଛନ୍ତି । ସଂଧ୍ୟା ୫ଟା ପରେ ହାତୀ ଘଉଡ଼ାଇବା କାର୍ଯ୍ୟ ଆରମ୍ଭ ହେବ ବୋଲି ନନ୍ଦନକାନନ ଏସିଏଫ୍‌ ଶରତ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.