fbpx

ହାରିଗଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ

ଚଣ୍ଡିଗଡ଼: ୫ଟି ରାଜ୍ୟର ବିଧାନସଭା ନିର୍ବାଚନୀ ଗଣତି ଚାଲିଥିବା ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଆସିଛି ବଡ଼ ଖବର । ପଞ୍ଜାବର ପଟିଆଲା ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ହାରିଛନ୍ତି । ପଟିଆଲା କ୍ୟାପଟେନଙ୍କୁ ହରାଇଛନ୍ତି ଆପର ଅଜିତ ପଲ କୋହଲି । ପ୍ରାୟ ୧୩ ହଜାରରୁ ଅଧିକ ଭୋଟର ହାରିଛନ୍ତି ଅମରିନ୍ଦର ।

ତେବେ ବର୍ତ୍ତମାନ ସୁଦ୍ଧା ୧୧୭ଟି ଆସନରୁ ୯୦ରେ ଆପ୍ ଆଗୁଆ ଅଛି । କଂଗ୍ରେସ ୧୮ରେ ଓ ବିଜେପି ୪ଟି ଆସନରେ ଆଗୁଆ ଥିବା ଜଣାପଡିଛି । ଅନ୍ୟପଟେ ପଞ୍ଜାବରେ କଂଗ୍ରେସର କପୁରତାଲା ଆସନରେ ରାଣା ଗୁରଜିତ ସିଂହ ବିଜୟ ହୋଇଛନ୍ତି । ପଠାନକୋଟ ଆସନରେ ବିଜେପିର ଅଶ୍ୱିନୀ କୁମାର ଶର୍ମା ବିଜୟୀ ହୋଇଛନ୍ତି । ମଣିପୁର ହେନଗାଙ୍ଗ ଆସନରେ ବିଜେପିର ଏନ ବୀରେନ୍ ସିଂହ ବିଜୟୀ ହୋଇଛନ୍ତି ।

Get real time updates directly on you device, subscribe now.