fbpx

ଆୱାର୍ଡ ଶୋ ମଝିରେ ପୁତିନଙ୍କୁ ମଝି ଆଙ୍ଗୁଠି ଦେଖାଇଲେ ଆଙ୍କର: ଦେଖନ୍ତୁ ଭାଇରାଲ Video

ନୂଆଦିଲ୍ଳୀ: ଆୱାର୍ଡ ଶୋ ମଝିରେ ଋଷିଆ ରାଷ୍ଟ୍ରପତିଙ୍କୁ ମଝି ଆଙ୍ଗୁଠି ଦେଖାଇଲେ ଆଙ୍କର । ହଲିଉଡ୍ ଅଭିନେତ୍ରୀ ରିବେଲ ୱିଲସନ୍ ବାଫ୍ଟାରେ ଆଙ୍କରିଂ କରୁଥିବା ସମୟରେ ଏଭଳି କିଛି କାରନାମା କରିଛନ୍ତି । ରିବେଲ ବା ବିଦ୍ରୋହୀ । ନିଜ ନାମକୁ ଯଥାର୍ଥ ଭାବରେ ପ୍ରମାଣିତ କରି ପୁତିନଙ୍କୁ ଏମିତି ଇଙ୍ଗିତ ଦେଖାଇଛନ୍ତି । ଲଣ୍ଡନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ରବିବାର ଦିନ ରିବେଲ ଏପରି ଇଙ୍ଗଭିତ ଦେଖାଇଥିଲେ ଯାହାକି ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ଅଷ୍ଟ୍ରେଲୀୟ ଅଭିନେତ୍ରୀ ୱିଲସନ୍ ପ୍ରଥମେ ନିଜ ଓଜନ ହ୍ରାସକୁ ନେଇ କିଛି ଜୋକ୍ କରିଥିଲେ । ଏହାପରେ ରବର୍ଟ ପାଟ୍ଟିନସନଙ୍କ ଉପରେ ତାଙ୍କର କ୍ରସ ଥିବା ନେଇ ସ୍ୱୀକାର ମଧ୍ୟ କରିଥିଲେ ।

ରୟାଲ ଆବେଟ୍ଟ ହଲରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ପୁତିନଙ୍କୁ ସିଧାସଳଖ ଇଙ୍ଗିତ କରିଥିଲେ । ଏମିଲିଆ ଜୋନ୍ସଙ୍କ ମ୍ୟୁଜିକ ଭିଡିଓ ଲଞ୍ଚ କରିବାକୁ ଯାଉଥିଲେ ୱିଲସନ୍ । ଏହି ମ୍ୟୁଜିକ୍ ଭିଡିଓରେ ଦୁଇ ପ୍ରକାରର ସାଇନ ଲାଙ୍ଗୁଏଜର ବ୍ୟବହାର କରାଯାଇଛି । ଏହି ମ୍ୟୁଜିକ ଭିଡିଓରେ ଆମେରିକୀୟ ସାଇନ୍ ଲାଙ୍ଗୁଏଜ ଏବଂ ବ୍ରିଟିଶ ସାଇନ୍ ଲାଙ୍ଗୁଏଜ ବ୍ୟବହାର କରାଯାଇଛି । ତେବେ ପୁତିନଙ୍କ ପାଇଁ ମୁଁ ଏହି ସାଇନ୍ ଲାଙ୍ଗୁଏଜ୍ ଦେଖାଇବାକୁ ଚାହିଁବି ବୋଲି କହିବା ସହିତ ନିଜର ମଝି ଆଙ୍ଗୁଠି ଦେଖାଇଥିଲେ ୱିଲସନ୍ । ୱିଲସନଙ୍କର ଏହି ମଝି ଆଙ୍ଗୁଠି ଦେଖାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଡକ୍ଟର ଷ୍ଟ୍ରେଞ୍ଜ-୨ର ଅଭିନେତା ବେନେଡିକ୍ଟ କମ୍ବରବ୍ୟାଚ ଅଂଶଗ୍ରହଣ କରିଥିଲେ ।

ସୂଚନାଯୋଗ୍ୟ, ରୁଷିଆ-ୟୁକ୍ରେନ ମଧ୍ୟରେ ଆଜି ଚତୁର୍ଥ ପର୍ଯ୍ୟାୟ ଆଲୋଚନା ହେବାକୁ ଯାଉଛି । ୧୯ ଦିନ ହେଲା ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଭର୍ଚୁଆଲ ମୋଡରେ ଉଭୟ ଦେଶର ପ୍ରତିନିଧିଙ୍କ କଥାବାର୍ତ୍ତା ହେବ । ପୂର୍ବରୁ ୩ ଥର ଆଲୋଚନା ହୋଇଥିଲେ ବି ସମାଧାନର ବାଟ ବାହାରି ନଥିଲା । ତେବେ ଏହି କଥର କଥାବାର୍ତ୍ତାରେ କଣ ନିଷ୍କର୍ଷ ବାହାରିବ ତାକୁ ସମସ୍ତଙ୍କ ଅପେକ୍ଷା ।

Get real time updates directly on you device, subscribe now.