ଶିଖ ଯାତ୍ରୀଙ୍କ ପାଇଁ ଖୁସି ଖବର: ଏଣିକି କୃପାଣ ସହ ବିମାନ ଯାତ୍ରାକରିପାରିବେ ଶିଖ ଯାତ୍ରୀ, ପ୍ରତିବନ୍ଧକ ହଟାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କୃପାଣ ସହ ବିମାନ ଯାତ୍ରା କରିପାରିବା ଉପରେ ଲାଗିଥିବା ପ୍ରତିବନ୍ଧକ ନିଷ୍ପତ୍ତିକୁ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ନୂଆ ଅର୍ଡର ଅନୁସାରେ, ବିମାନ ବନ୍ଦର କାମ କରୁଥିବା ଶିଖ କର୍ମଚାରୀ ଏବଂ ଘରୋଇ ବିମାନରେ ଯାତ୍ରା କରୁଥିବା ଶିଖ ଯାତ୍ରୀ କୃପାଣ ରଖିପାରିବେ ।

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧିନରେ ଆସୁଥିବା ଦ ବ୍ୟୁରୋ ଅଫ୍‌ ସିଭିଲ ଏଭିଏସନ ସିକ୍ୟୁରିଟି ଏ ସମ୍ପର୍କିତ ଏକ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ବିଜେପି ନେତା ମନଜିନ୍ଦର ସିଂ ସିରସା ପ୍ରଧାନମନ୍ତ୍ରୀ ମୋଦୀ ଏବଂ ସିଭିଲ ଏଭିଏସନ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଧନ୍ୟବଦା ଜଣାଇଛନ୍ତି । ନୂଆ ନିର୍ଦ୍ଦେଶ ଅନୁସାରେ ଏୟାରପୋର୍ଟକୁ ଧରି ଯାଉଥିବା କୃ ।ଣର ବ୍ଲେଡ ସାଇଜ୍‌ ୬ ଇଞ୍ଚରୁ ଅଧିକ ଏବଂ କୃପାଣଙ୍କ ଉଚ୍ଚତା ୯ ଇଞ୍ଚରୁ ଅଧିକ ହେବ ନାହିଁ । ଉଲ୍ଲେଖଯୋଗ୍ୟ ଯେ, ନିକଟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ନିର୍ଦ୍ଦଶ ଜାରି କରି ବିମାନ ବନ୍ଦରରେ ଶିଖ ସମୁଦାୟ ଲୋକଙ୍କ କୃ ।ଣ ରଖିବା ଉପରେ ପ୍ରତିବନ୍ଧକ ଲାଗୁ କରିଥିଲେ ।