fbpx

୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ଗରମ: ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୩ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ପ୍ରବଳ ଗରମ ଅନୁଭୂତ ହେବ । ଗ୍ରୀଷ୍ମଲହର ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗିର, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ । କାଲିଠାରୁ ୩ ଦିନ ଯାଏଁ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦିଆଯାଇଛି ।

ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏନେଇ ସୋଆ ପାଣିପାଗ ମୁଖ୍ୟ ଶରତ ସାହୁ ସୂଚନା ଦେଇଛନ୍ତି । ଆସନ୍ତା ୨୨ ତାରିଖରେ ଏହା ବାତ୍ୟାର ରୂପ ନେବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶା ଠାରୁ ୨୦୦ କିମି ଦୂରରୁ ବାଙ୍ଗଲାଦେଶ ଆଡ଼କୁ ମୁହାଁଇବ । ୨୩ ତାରିଖ ପୂର୍ବାହ୍ନରେ ବାଙ୍ଗଲାଦେଶରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି । ତେବେ ଏ ସମ୍ପର୍କରେ ୨୦ ତାରିଖରେ ସ୍ପଷ୍ଟ ଭାବରେ ଜଣାପଡ଼ିବ । ଏହାକୁ ନେଇ ଓଡ଼ିଶାବାସୀ ଆତଙ୍କିତ ହେବାର ନାହିଁ ବୋଲି କହିଛନ୍ତି ଶରତ ସାହୁ ।

Get real time updates directly on you device, subscribe now.