fbpx

ଭାରତୀୟ ନୌସେନାରେ ୨୫୦୦ ନୂଆ ନିଯୁକ୍ତି: ଭର୍ତ୍ତି ହେବା ପାଇଁ ଏହି ଦିନରୁ କରିପାରିବେ ଆବେଦନ

ଭାରତୀୟ ନୌସେନାରେ ଭର୍ତ୍ତି ହେବା ପାଇଁ ଇଚ୍ଛୁକ ପ୍ରାର୍ଥୀମାନଙ୍କ ପାଇଁ ଆସିଛି ଖୁସି ଖବର । ଅଗଷ୍ଟରେ ଆରମ୍ଭ ହେବାକୁ ଥିବା ଆର୍ଟିଫିଶର ଅପରେଣ୍ଟିସ ଏବଂ ସିନିୟର ସେକେଣ୍ଡାରୀ ରିକ୍ର୍ୟୁଟ୍ସର ନୂଆ ବ୍ୟାଚ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । କୋର୍ସ ସରିବା ପରେ ଏହାଦ୍ୱାରା ସେଲର ପଦରେ ମିଳିବ ନିଯୁକ୍ତି । ଭାରତୀୟ ନୌସେନା ଏଏ ଏବଂ ଏସଏସଆର ରିକ୍ର୍ୟୁଟମେଣ୍ଟ ୨୦୨୨ ଅନୁଯାୟୀ, ଆପ୍ରେଣ୍ଟିସର ୫୦୦ ଏବଂ ସିନିୟର ସେକେଣ୍ଡାରୀ ରିକ୍ର୍ୟୁଟ୍ସର ୨୦୦୦ରୁ ଅଧିକ ପଦବୀରେ ଭ୍ୟାକେନ୍ସି ରହିଛି । ଆସନ୍ତା ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହୋଇ ୫ ଏପ୍ରିଲ ପର୍ଯ୍ୟନ୍ତ ଆବେଦନ କରି ପାରିବେ ଇଚ୍ଛୁକ ପ୍ରାର୍ଥୀ ।

ଏହି ପଦ ପାଇଁ ଆବେଦନ କରିବାକୁ ଚାହୁଁଥିବା ଇଚ୍ଛୁକ ପ୍ରାର୍ଥୀମାନେ ଭାରତୀୟ ନୌସେନାର ୱେବସାଇଟ ଦ୍ୱାରା ଆବେଦନ କରିପାରିବେ । ତେବେ ଏହାପୂର୍ବରୁ ଆବେଦନକାରୀଙ୍କୁ ଭର୍ତ୍ତ ପାଇଁ ଅଫିସିଆଲ ୱେବସାଇଟ ମାଧ୍ୟମରେ ପଞ୍ଜୀକରଣ କରିବାକୁ ହେବ । ଏହାପରେ ପଞ୍ଜୀକୃତ ଇମେଲ ଆଇଡି ଏବଂ ପାସୱାର୍ଡ ଦା୍ୱରା ଲଗ ଇନ କରି ଆବେଦନ କରିବାକୁ ହେବ । ଆର୍ଟଫିଶର ଆପ୍ରେଣ୍ଟିସ ପାଇଁ ପ୍ରାର୍ଥୀ ଗଣିତ, ଫିଜିକ୍ସ/କେମିଷ୍ଟ୍ରି, ବାୟୋଲୋଜି କିମ୍ବା କମ୍ପ୍ୟୁଟର ସାଇନ୍ସ ଇତ୍ୟାଦି ମଧ୍ୟରୁ କେଉଁଥିରେ ୬୦ରୁ ଅଧିକ ପ୍ରତିଶତ ରଖି ପାସ କରିଥିବା ଆବଶ୍ୟକ । ତେବେ ସିନିୟର ସେକେଣ୍ଡାରୀ ପଦ ପଇଁ ଏହି ସମସ୍ତ ବିଷୟ ଭିତରୁ ଗୋଟିଏରୁ କେବଳ ଦ୍ୱାଦଶ ପାସ କରିଥିବା ଆବଶ୍ୟକ । ସେହିପରି ଏଏ ପାଇଁ ପ୍ରାର୍ଥୀଙ୍କ ବୟସସୀମା ଅଗଷ୍ଟ ୧, ୨୦୦୨- ୩୧ ଜୁଲାଇ ୨୦୦୫ ମଧ୍ୟରେ ହୋଇଥିବା ଜରୁରୀ ଅଟେ । ଏହି ସେଲର ପଦ ପାଇଁ ପ୍ରାର୍ଥୀମାନଙ୍କ ଆବେଦନକୁ ପ୍ରଥମେ ଶର୍ଟଲିଷ୍ଟ କରିବା ପରେ ଲିଖିତ ପରୀକ୍ଷା ଏବଂ ଶାରୀରିକ ଦକ୍ଷତା ପରୀକ୍ଷା ଆୟୋଜନ କରାଯାଇ ପାରିବ ।

Get real time updates directly on you device, subscribe now.